Sunday, January 19, 2025

Logo
Loading...
google-add

ରୋହିତ ଭାଙ୍ଗିଲେ ସଚିନ ପଣ୍ଟିଂ,ଗେଲ୍ ଓ କପିଲ୍‌ ଦେବଙ୍କ ରେକର୍ଡ

| 12:33 PM, Thu Oct 12, 2023

ଓଡ଼ିଶା 365 (ବ୍ୟୁରୋ): ବିଶ୍ଵକପ୍‌ ମ୍ୟାଚ୍‌ରେ ଗର୍ଜିଲା ହିଟ୍ ମ୍ୟାନଙ୍କ ବ୍ୟାଟ୍। ୮ ୱିକେଟ୍‌ରେ ଜିତିଲା ଭାରତ। ଆଫଗାନିସ୍ତାନ ବିପକ୍ଷରେ ଖେଳିଲେ ଧୂଆଁଧାର ଶତକୀୟ ପାରି। ବିଶ୍ଵକପରେ କଲେ ବିଶ୍ଵ ରେକର୍ଡ। ସର୍ବାଧିକ ଶତକ ମାରି ବିଶ୍ଵକପରେ ଭାଙ୍ଗିଲେ ସଚିନ୍-ପଣ୍ଟିଂଙ୍କ ରେକର୍ଡ। ୮୪ ବଲରୁ ୧୬ ଚୌକା ଓ ୫ ଛକା ସହ ୧୩୧ ରନର ଖେଳିଛନ୍ତି ବିଧ୍ଵଂସୀ ଇନିଂସ । ରୋହିତ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ୭ଟି ଶତକ ମାରିଥିବାବେଳେ ସଚିନ ତେନ୍ଦୁଲକର ୬ଟି ଶତକ ମାରିଛନ୍ତି। ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୭୨ରନ୍ କରିଥିଲା ଭାରତ ୩୫ ଓଭରରେ ୨୭୩ ରନ୍ କରି ବିଜୟ ହାସଲ କରିଛି। ରୋହିତଙ୍କ ଶତକ ସୋ ସାଙ୍ଗକୁ ବିରାଟଙ୍କ ୫୫ରନର ଅପରାଜିତ ପାରି ଦେଖିବାକୁ ମିଳିଥିଲା ।

ଭାରତ ପକ୍ଷରୁ ବୁମରା ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିଲେ। ରୋହିତ ଶର୍ମା ପ୍ରଥମ ଥର ପାଇଁ ୨୦୧୫ରେ ବିଶ୍ଵକପ୍ ଖେଳିବାକୁ ସୁଯୋଗ ପାଇଥିଲେ। ଏହି ସଂସ୍କରଣରେ ସେ ଗୋଟିଏ ଶତକୀୟ ଇନିଂସ ଖେଳିଥିଲେ। ୨୦୧୯ ବିଶ୍ଵକପ୍‌ରେ ସେ ୫ଟି ଶତକ ଅର୍ଜନ କରିଥିଲେ।୨୦୨୩ ବିଶ୍ଵକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଶତକି ଇନିଂସ ଖେଳି ତେନ୍ଦୁଲକରଙ୍କ ୧୨ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ରୋହିତ୍। ସଚିନ ୧୯୯୨ରୁ ୨୦୧୧ ପର୍ୟ୍ୟନ୍ତ ଛଅଟି ବିଶ୍ଵକପରେ ୪୫ଟି ମ୍ୟାଚ୍ ଖେଳି ଛଅଟି ଶତକ ହାସଲ କରିଥିଲେ। ଆଉ ରୋହିତ ଶର୍ମା ମାତ୍ର ୧୯ଟି ଇନିଂସରେ ସଚିନଙ୍କୁ ପଛରେ ପକାଇଛନ୍ତି। ଏହା ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ତାଲିକାରେ ସେ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି।

ପଣ୍ଟିଂଙ୍କ ନାମରେ ଦିନିକିଆ ଅନ୍ତର୍ଜାତୀୟରେ ୩୦ଟି ଶତକ ଥିବା ବେଳେ ରୋହିତ ୩୧ଟି ଶତକରେ ପହଞ୍ଚିଛନ୍ତି। ରୋହିତ ମାତ୍ର ୬୩ଟି ବଲରେ ଶତକ ପୂରା କରିବା ସହ ବିଶ୍ଵକପରେ ଭାରତ ପାଇଁ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଛକା ମାରି ଗେଲଙ୍କୁ ଟପିଛନ୍ତି ରୋହିତ୍। କ୍ରିସ ଗେଲ୍‌ ୫୫୩ ଛକା ୫୫୧ ଇନିଂସ ମାରିଥିବାବେଳେ ରୋହିତ ଶର୍ମା ୪୭୩ ଇନିଂସ ଖେଳି ୫୫୩ ଛକା ସହ ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି। ଆଗକୁ ଭାରତ-ପାକିସ୍ତାନ ବିଶ୍ୱକପ୍ ଟକ୍କର ଥିବାବେଳେ ରୋହିତ-ବିରାଟଙ୍କ ଉପରେ ରହିଛି ସଭିଙ୍କ ନଜର।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

INDIA NEWS

google-add
google-add