ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ପାରା ଏସୀୟ କ୍ରୀଡ଼ା: ଭାରତକୁ ୨୪ତମ ସ୍ୱର୍ଣ୍ଣ ପଦକ
ଓଡ଼ିଶା 365 (ବ୍ୟୁରୋ): ଚୀନରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ କମାଲ କରୁଛନ୍ତି ଭାରତୀୟ ଖେଳାଳି। ବ୍ୟାଡମିଣ୍ଟନରେ ଗୋଟିଏ ପରେ ଗୋଟିଏ ପଦକ ଅମଳ କରୁଛି ଭାରତ। ପଞ୍ଚମ ଦିନରେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହ ସ୍ୱର୍ଣ୍ଣ ପରେ ସ୍ୱର୍ଣ୍ଣ ଜିତିଚାଲିଛି। ପୁରୁଷ ସିଙ୍ଗଲ୍ସ ଏସଏଲ୪ ବ୍ୟାଡମିଣ୍ଟନରେ ଭାରତ ଜିତିଛି ସ୍ୱର୍ଣ୍ଣ ପଦକ। ସୁହାସ ୟାଥିରାଜ ପ୍ରତିପକ୍ଷ ବିନ ଅମିନଙ୍କୁ ଫାଇନାଲରେ ୧୩-୨୧, ୨୧-୧୮, ୨୧-୯ ସେଟରେ ପରାସ୍ତ କରି ଭାରତ ପାଇଁ ଜିତିଛନ୍ତି ୨୪ତମ ସ୍ୱର୍ଣ୍ଣ । ଫଳରେ ଭାରତ ଆଜି ଦିନରେ ୬ଟି ସ୍ୱର୍ଣ୍ଣ ଜିତିବା ସହ ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୪ରେ ପହଞ୍ଚିଛି । ଖେଳରେ ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା ୫ମ ଦିନରେ ଖେଳ ଜାରି ରହିଛି। ଏଯାଏଁ ଭାରତର ମୋଟ ପଦକ ସଂଖ୍ୟା ୯୦ ଅତିକ୍ରମ କରିଛି।
ଏହା ପୂର୍ବରୁ ଆଜି ଭାରତ ପ୍ରଥମେ ପୁରୁଷ ଏଫ୬୪ ଡିସକସ୍ ଥ୍ରୋ ରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପୋଛି ନେଇଥିଲା । ଦେବେନ୍ଦର କୁମାର ସ୍ୱର୍ଣ୍ଣ, ପ୍ରଦୀପ କୁମାର ରୌପ୍ୟ ଓ ସୌରଭ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ପୁରୁଷ ୧୫୦୦ଶହ ମିଟର ଟି୩୮, ଇଭେଣ୍ଟରେ ରମଣ ଶର୍ମା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ଇଣ୍ଡିଭିଜୁଆଲ କମ୍ପାଉଣ୍ଡ ଆର୍ଚେରୀରେ ଶୀତଲ ଦେବୀ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଓଡ଼ିଆ ପୁଅ ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ମହିଳା ସିଙ୍ଗଲ୍ସ ଏସୟୁ୫ ବ୍ୟାଡମିଣ୍ଟନରେ ଭାରତର ଥୁଲାସିମାଥି ସୁନ୍ଦରେସାନ ପ୍ରତିପକ୍ଷ ଚୀନର ୟାଙ୍ଗ କିୟୁଜିଆଙ୍କୁ ସିଧାସଳଖ ଭାବେ ୨୧-୧୯, ୨୧-୧୯ ସେଟରେ ପରାସ୍ତ କରି ୫ମ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପୁରୁଷ ସିଙ୍ଗଲ୍ସ ଏସଏଲ୪ ବ୍ୟାଡମିଣ୍ଟନରେ ସୁହାସ ୟାଥିରାଜ ୫ମ ଦିନର ୬ଷ୍ଠ ସ୍ୱର୍ଣ୍ଣ ଜିତିଥିଲେ ।
Trending Tag