ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ
ଓଡ଼ିଶା 365 (ବ୍ୟୁରୋ): ସ୍ୱର୍ଣ୍ଣ ଜିତି ପାରା ଏସୀୟ କ୍ରୀଡ଼ାରେ କମାଲ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ । ଭାରତର ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ ସେଟରେ ପରାସ୍ତ କରି ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରିଛନ୍ତି। ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ । ଫାଇନାଲରେ ନୀତେଶଙ୍କୁ ହରାଇ ଐତିହାସିକ ସ୍ୱର୍ଣ୍ଣ ପଦକ ପ୍ରମୋଦ ଜିତିଥିବାବେଳେ ନୀତେଶଙ୍କୁ ମିଳିଛି ରୌପ୍ୟ ପଦକ । ୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇ କେବଳ ଏକକ ବର୍ଗରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ୨୦୧୮ ପାରା ଏସୀୟ କ୍ରୀଡ଼ାରେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ ।
୨୦୨୨ରେ ଏକକ ବର୍ଗରେ ସ୍ୱର୍ଣ୍ଣ, ଯୁଗଳ ଓ ମିଶ୍ରିତରେ କାଂସ୍ୟ ପଦକ ହାତେଇଥିଲେ। ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଭାରତର ୩୦୯ ଖେଳାଳି ଅଂଶଗ୍ରହଣ କରିଥିବାବେଳେ । ଏଯାଏ ଭାରତର ମୋଟ ପଦକ ସଂଖ୍ୟା ୮୯ରେ ପହଞ୍ଚିଛି । ସେଥିରେ ୨୧ଟି ସ୍ୱର୍ଣ୍ଣ, ୨୫ଟି ରୌପ୍ୟ ଓ ୪୩ଟି ବ୍ରୋଞ୍ଜ ପଦକ ରହିଛି । ସେହିପରି ତୀରନ୍ଦାଜୀରେ ଶୀତଳ ଦେବୀ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ କରିଛନ୍ତି । ସେ ସିଙ୍ଗାପୁରର ଅଲିମ୍ ନୁର୍ ସ୍ୟାହିଦହଙ୍କୁ ପରାସ୍ତ କରିଛନ୍ତି । ୩୯୩ଟି ପଦକ ସହ ଚୀନ ପ୍ରଥମ ସ୍ଥାନରେ ରହିଛି।
Trending Tag