Sunday, January 19, 2025

Logo
Loading...
google-add

ଟିମ୍ ଇଣ୍ଡିଆକୁ ୨୭୭ ରନର ଟାର୍ଗେଟ ହେଲା ଅଷ୍ଟ୍ରେଲିଆ

| 18:05 PM, Fri Sep 22, 2023

ଓଡ଼ିଶା365(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ। ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତ ଆଗରେ ୨୭୭ ରନର ଟାର୍ଗେଟ। ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୬ ରନ କରିଛି ଅଷ୍ଟ୍ରେଲିଆ। ଏବେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୭୭ ରନର ଆବଶ୍ୟକତା ରହିଛି। ଅଷ୍ଟ୍ରେଲିଆ ପାଇଁ ଆରମ୍ଭରୁ ଡାଭିଡ ୱାର୍ଣ୍ଣର ୫୨ ରନର ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଜୋଶ ଇଙ୍ଗଲିସ ଓ ମାର୍କସ ଷ୍ଟୋଇନିସ ଜବରଦସ୍ତ ବ୍ୟାଟିଂ କରିଛନ୍ତି।

ମୋହାଲିରେ ଟସ୍‌ ଜିତି ଟିମ ଇଣ୍ଡିଆର ଅଧିନାୟକ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ମହମ୍ମଦ ଶାମି ପ୍ରଥମ ଓଭରରେ ଇନଫର୍ମ ମିଚେଲ ମାର୍ଶ(୪)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।
ମାତ୍ର ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୯୪ ରନ ଭାଗିଦାରୀ ପାଳି ଖେଳିଥିଲେ। ୫ମ ୱିକେଟ ପାଇଁ କାମରନ ଗ୍ରୀନ ଓ ଇଙ୍ଗଲିସ ସ୍ଥିତି ସମ୍ଭାଳିଥିଲେ। ଉଭୟ ୨୯ ରନର ଭାଗିଦାରୀ କରିଥିବା ବେଳେ ଗ୍ରୀନ(୩୧) ରନ କରି ରନ ଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ୧୮୬ ରନରେ ୫ମ ୱିକେଟ ହରାଇଥିଲା।

୪୭ମତମ ଓଭର ପକାଉଥିବା ଶାମିଙ୍କୁ ଷ୍ଟୋଇନିସ ଲଗାତର ୨ଟି ଚୌକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ବୋଲ୍ଡ ହୋଇଥିଲେ। ଷ୍ଟୋଇନିସ ଆଉଟ ହେବାର ୨ ରନ ପରେ ଯଶପ୍ରୀତ ବୁମରା ୪୫ ବଲରେ ୪୫ ରନ କରିଥିବା ଇଙ୍ଗଲିସଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୪୮ତମ ଓଭରରେ ବୁମ୍ରା ମାତ୍ର ୩ ରନ ଦେବା ସହ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ।
୪୯ତମ ଓଭର ପକାଇବାକୁ ଆସିଥିଲେ ମହମ୍ମଦ ଶାମି। ସେ ଓଭରର ଦ୍ୱିତୀୟ ବଲରେ ମାଥ୍ୟୁ ଶର୍ଟ(୨) ଓ ୪ର୍ଥ ବଲରେ ସେନ ଆବୋଟ(୨)ଙ୍କୁ ବୋଲ୍ଡ କରି ମ୍ୟାଚ୍‌ରେ ୫ମ ସଫଳତା ହାସଲ କରିଥିଲେ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add