ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ପାରା ଏସୀୟ କ୍ରୀଡ଼ା: ରୌପ୍ୟ ପଦକ ପକ୍କା କଲେ ଓଡ଼ିଶାର ପ୍ରମୋଦ ଭଗତ
ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ଗତକାଲି ବ୍ରୋଞ୍ଜ ପଦକ ଜିତିଥିବା ହାତେଇଥିଲେ ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ଆଉ ଆଜି ମଧ୍ୟ ସେ ରୌପ୍ୟ ପଦକ ପାଇବା ନିଶ୍ଚିତ କରିଛନ୍ତି। ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗ ସେମି ଫାଇନାଲରେ ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍ସୁନ୍ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍ସୁନ୍ଙ୍କୁ ୨୧-୧୩, ୨୧-୧୨ରେ ପରାସ୍ତ କରିଛନ୍ତି। ଗତକାଲି ପ୍ରମୋଦ ମିକ୍ସଡ ଡବଲ୍ସରେ ସେମି ଫାଇନାଲରେ ମନୀଷା ରାମଦାସଙ୍କୁ ସାଥୀ କରି ଖେଳିଥିବା ବେଳେ ଇଣ୍ଡୋନେସିଆର ଯୋଡ଼ି ଲିଆନି ରାତ୍ରି ଓକତିଲା ଓ ହିଜମତ ରାମଦାନୀଙ୍କଠାରୁ ୧୯-୨୧ ଓ ୧୪-୨୧ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ପାଇଥିଲେ ।
Trending Tag