Sunday, January 19, 2025

Logo
Loading...
google-add

ଖୁସି ଖବର: ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ

| 10:23 AM, Fri Oct 27, 2023

ଓଡ଼ିଶା 365 (ବ୍ୟୁରୋ): ଭାରତ ପାଇଁ ପୁଣି ଏକ ଗୌରବର ବିଷୟ । ସମସ୍ତ ଖେଳପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୁଣି ଏକ ଇତିହାସ ରଚିବାକୁ ଯାଉଛି ଭାରତ । ୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ । ଗୋଆରେ ଅଜାତୀୟ କ୍ରୀଡ଼ା ଦିବସ ଉଦଘାଟନୀ ଅବସରରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଘୋଷଣା ପରେ ଏବେ ସବୁଠି ଏହି ଚର୍ଚ୍ଚା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ ପାଇଁ ଭାରତରେ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ ରହିଛି । ପ୍ରଥମଥର ଗୋଆରେ ଆୟୋଜିତ ଜାତୀୟ କ୍ରୀଡ଼ା ନଭେମ୍ବର ୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିରେ ଦେଶର ୧୦ହଜାର ଖେଳାଳି ଭାଗ ନେବେ । ଉଦଘାଟନୀ ସମାରୋହରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କିମ୍ବଦନ୍ତୀ ଆଥଲେଟ୍ ପିଟି ଉଷା ସାମିଲ ହୋଇଥିଲେ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add