Sunday, January 19, 2025

Logo
Loading...
google-add

ଏସୀୟ ପାରା କ୍ରୀଡ଼ା: ମିକ୍ସଡ ଟିମ୍ କମ୍ପାଉଣ୍ଡ ଆର୍ଚେରୀ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

| 12:56 PM, Thu Oct 26, 2023

ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ବାଜି ମାରୁଛି ଭାରତ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ କହ ସହ ୩୦ଟି ପଦକ ଜିତିବାରେ ସଫଳ ହୋଇଛି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିଛି । ମୋଟ ପଦକ ମଧ୍ୟରେ ରହିଛି ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ। ଏସୀୟ ପାରା କ୍ରୀଡ଼ାର ଆଜି ଚତୁର୍ଥ ଦିନ ହୋଇଥିବା ବେଳେ ଭାରତ ୧୮ତମ ସ୍ୱର୍ଣ୍ଣ ପଦକ ଜିତିଛି । ମିକ୍ସଡ ଟିମ୍ କମ୍ପାଉଣ୍ଡ ଆର୍ଚେରୀ ଇଭେଣ୍ଟରେ ଭାରତକୁ ଏହି ସଫଳତା ମିଳିଛି । ରାକେଶ କୁମାର ଓ ଶୀତଲ ଦେବୀ ପ୍ରତିପକ୍ଷ ଚୀନର ୟୁଏଶାନ ଲିନ ଓ ଜିନଲିଆଙ୍ଗ ଏଆଇଙ୍କୁ ୧୫୧-୧୪୯ରେ ପରାସ୍ତ କରିଛନ୍ତି ।

ଚଳିତ ବର୍ଷ ଏହି ଇଭେଣ୍ଟରେ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଇଛନ୍ତି । ସେମାନଙ୍କ ମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ପ୍ରତିଭା ଦେଖାଇବେ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add