Sunday, January 19, 2025

Logo
Loading...
google-add

ପାକିସ୍ତାନ ଟିମ୍‌କୁ ମିଳିଲା ବିଶ୍ଵକପ୍ ପାଇଁ ଭିସା

| 10:36 AM, Tue Sep 26, 2023

ଓଡ଼ିଶା 365 (ବ୍ୟୁରୋ): ବିଶ୍ଵକପ୍ ୨୦୨୩କୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ପାକିସ୍ତାନ ଦଳ ଭାରତ ଗସ୍ତ କରିବ। ଏହାକୁ ନେଇ ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ଦଳ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି। ବହୁ ଅପେକ୍ଷା ପରେ ଦଳକୁ ଭାରତ ସରକାରଙ୍କଠୁ ଭିସା ମିଳିଛି। ପୂର୍ବରୁ ଭିସା ନମିଳିବା କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ କ୍ଷୋଭ ପ୍ରକାଶ କରିଥିଲା। ଭିସାରେ ବିଳମ୍ବତା ପାକିସ୍ତାନ ଦଳର ପ୍ରସ୍ତୁତିରେ ପ୍ରଭାବ ପକାଇବ ବୋଲି ପିସିବି ଅଭିଯୋଗ କରିଥିଲା। ଏବେ ପାକିସ୍ତାନ ଦଳ ଏଠାରେ ସେପ୍ଟେମ୍ବର ୨୯ ତାରିଖରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ। ବିଶ୍ଵକପରେ ପାକିସ୍ତାନ ଦଳ ନିଜର ପ୍ରଥମ ମ୍ୟାଚ ଅକ୍ଟୋବର ୬ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ଖେଳିବ। ଏହି ମୁକାବିଲାରେ ହାଇଦ୍ରାବାଦରେ ଖେଳାଯିବ। ୪ ଦିନରେ ମୋଟ ୧୦ଟି ଅଭ୍ୟାସ ମ୍ୟାଚ ରହିଛି । ପ୍ରଥମ ଦିନରେ ଗୌହାଟୀରେ ବାଂଲାଦେଶ ବନାମ ଶ୍ରୀଲଙ୍କା, ଥିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ଓ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ଅଭ୍ୟାସ ମ୍ୟାଚ ଖେଳାଯିବ।

ଏହାପରେ ୩୦ ତାରିଖରେ ଗୌହାଟୀରେ ଭାରତ ବନାମ ଇଂଲଣ୍ଡ ଓ ଥିରୁଅନନ୍ତପୁରମରେ ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡ ଅଭ୍ୟାସ ମ୍ୟାଚ ଖେଳିଯିବ। ସେହିପରି ଅକ୍ଟୋବର ୨ ତାରିଖରେ ଇଂଲଣ୍ଡ ବନାମ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ୩ ତାରିଖରେ ଶେଷ ଅଭ୍ୟାସ ମ୍ୟାଚଗୁଡ଼ିକ ଖେଳାଯିବ । ଅକ୍ଟୋବର ୫ରୁ ନଭେମ୍ବର ୧୯ଯାଏ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ। ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୧୪ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର ୮ ତାରିଖରେ ୫ ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର ୧୯ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add