Sunday, January 19, 2025

Logo
Loading...
google-add

ମଲାନଙ୍କ ବିଶ୍ୱକପ୍‌ ଶତକୀୟ ରେକର୍ଡ; ବାଂଲାଦେଶକୁ ହରାଇଲା ଇଂଲଣ୍ଡ

| 11:43 AM, Wed Oct 11, 2023

ଓଡ଼ିଶା 365 (ବ୍ୟୁରୋ): ବାଂଲାଦେଶକୁ ହରାଇଲା ଇଂଲଣ୍ଡ ବିଜୟ ହାସଲ କରିବା ସହ ହିରୋ ସାଜିଛନ୍ତି ମଲାନ। ଡେଭିଡ୍ ମଲାନ ବିଶ୍ୱକପରେ ୧୪୦ ରନର ଧୂଆଁଧାର ପାରି ଖେଳି ଶତକୀୟ ଇନିଂସ ସହ ଅନେକ ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱକପ୍ ୨୦୨୩ ଲାଗି ଇଂଲଣ୍ଡ ଦଳର ସଦସ୍ୟ ଜାସନ ରୟ ଆହତ କାରଣରୁ ଇଂଲଣ୍ଡର ବିଶ୍ୱକପ୍‌ ସ୍କ୍ବାଡରେ ସ୍ଥାନ ପାଇଥିଲେ ଡେଭିଡ୍‌ ମଲାନ । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୩୭ ରନର ବଡ଼ ବ୍ୟବଧାନରେ ବିଶ୍ୱକପ୍‌ ୨୦୨୩ର ପ୍ରଥମ ବିଜୟ ହାସଲ କରିଛି ବଟଲର୍‌ ସେନା। ମଲାନଙ୍କ ୧୪୦ ଓ ଜୋ ରୁଟଙ୍କ ୮୨ ରନର ବିସ୍ଫୋରକ ପାଳି ବଳରେ ୩୬୪ ରନ ବିଶାଳ ସ୍କୋର କରିଥିଲା ଇଂଲିଣ୍ଡ । ଜବାବରେ ବାଂଲାଦେଶ ୪୮.୨ ଓଭରରେ ୨୨୭ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ।

ବିଶ୍ୱକପ୍‌ରେ ଏହା ମଲାନଙ୍କ ପ୍ରଥମ ଶତକ । ଏହା ତାଙ୍କ ଦିନିକିଆ କ୍ୟାରିୟରର ଷଷ୍ଠ ଶତକ ହୋଇଥିବାବେଳେ ସେ ଇଂଲଣ୍ଡର ଅଷ୍ଟମ ଓପନର୍‌ ବ୍ୟାଟର ଭାବେ ଆଇସିସି ଦିନିକିଆ ଇଭେଣ୍ଟରେ ଶତକ ହାସଲ କରିଛନ୍ତି । ସେ କେବଳ ୯୧ ବଲରେ ନିଜର ମେଡେନ ବିଶ୍ୱକପ୍‌ ଶତକ ହାସଲ କରିଥିଲେ । ଏହା ଚଳିତ ବିଶ୍ୱକପରେ ଇଂଲଣ୍ଡ ପାଇଁ ଥିଲା ପ୍ରଥମ ଶତକ । ମଲାନ ୧୦୭ ବଲ ଖେଳି ୧୬ ଚୌକା ଓ ୫ ଛକା ସହ ୧୪୦ ରନ କରିଥିଲେ। ଭାରତରେ ଆୟୋଜିତ ବିଶ୍ୱକପରେ ଶତକ ହାସଲ କରି ନୂଆ ରେକର୍ଡ କରିଛନ୍ତି ମଲାନ । ତୃତୀୟ ଇଂଲଣ୍ଡ ବ୍ୟାଟର ଭାବେ ଭାରତରେ ଅନୁଷ୍ଠିତ ହୋଇଥିବା କୌଣସି ବିଶ୍ୱକପରେ ଶତକ ହାସଲ କରିଛନ୍ତି ମଲାନ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add