Wednesday, March 26, 2025

Logo
Loading...
google-add

ବାଂଲାଦେଶକୁ ହରାଇ ବିଶ୍ଵକପରେ ବିଜୟ ଖାତା ଖୋଲିଲା ଇଂଲଣ୍ଡ

| 11:32 AM, Wed Oct 11, 2023

ଓଡ଼ିଶା 365 (ବ୍ୟୁରୋ): ବାଂଲାଦେଶକୁ ୧୩୭ ରନରେ ହରାଇ ବିଶ୍ଵକପରେ ବିଜୟ ଖାତା ଖୋଲିଛି ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ । ପ୍ରଥମ ମ୍ୟାଚରେ ବ୍ରିଟିଶ୍ ବାହିନୀ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଡେଭିଡ୍‌ ମଲାନଙ୍କ ବିସ୍ଫୋରକ ଶତକ ଓ ରିସି ଟପଲେଙ୍କ ଶାଣିତ ବୋଲିଂ ବଳରେ ଇଂଲଣ୍ଡ ବାଂଲାଦେଶକୁ ହରାଇଛି। ଫଳରେ ଏହି ବିଶାଳ ବିଜୟ ସହ ଚଳିତ ବିଶ୍ଵକପ୍‌ରେ ଦ୍ଵିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି ଇଂଲଣ୍ଡ। ବାଂଲାଦେଶ ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ୍ ମଲାନଙ୍କ ଧୂଆଁଧାର ୧୪୦ ରନ ଏବଂ ଜୋନି ବେୟାରଷ୍ଟୋଙ୍କ ୫୨ ରନ ବଳରେ ୯ ଓ୍ଵିକେଟ୍ ହରାଇ ୩୬୪ ରନ କରିଥିଲା। ଜବାବରେ ବାଂଲାଦେଶ ଇଂଲିଶ ବୋଲରଙ୍କ ଉଚିତ୍ ମୁକାବିଲା କରି ନପାରି ୪୮.୨ ଓଭରରେ ୨୨୭ ରନରେ ଅଲଆଉଟ୍ ହୋଇଛି। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ ୫୧ ଓ ହୃଦୟ ୩୯ ସର୍ବାଧିକ ରନ ସ୍କୋର କରିଥିଲେ । ଇଂଲଣ୍ଡ ପକ୍ଷରୁ ରିସି ୪ଟି ଓ୍ୱିକେଟ୍ ନେଇ ବିଜୟ ପ୍ରମୁଖ ଭୂମିକା ତୁଲାଇଥିଲେ। ଦିନିକିଆ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମଲାନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି। ବୁଧବାର ଭାରତ-ଆଫଗାନିସ୍ତାନ ମୁକାବିଲା ଦେଖିବାକୁ ମିଳିବ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add