Sunday, January 19, 2025

Logo
Loading...
google-add

ଏସୀୟ କ୍ରୀଡ଼ା: ୧୦ ମିଟର ଏୟାର ରାଇଫଲ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ

| 10:34 AM, Mon Sep 25, 2023

ଓଡ଼ିଶା365(ବ୍ୟୁରୋ): ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ରାଇଫଲ୍ସ ସୁଟିଂରେ ଗୋଲ୍ଡ ମେଡାଲ ହାତେଇଛି ଭାରତ। ପୁରୁଷ ଟିମ୍ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ଋଦ୍ରାକ୍ଷ ପାଟିଲ୍ ଓ ଦିବ୍ୟାଂଶ ପୱାର ଜିତିଛନ୍ତି ସ୍ୱର୍ଣ୍ଣ । ବ୍ୟକ୍ତିଗତ କ୍ୱାଲିଫିକେସନ୍ ରାଉଣ୍ଡରେ ୩ ଖେଳାଳି ମୋଟ୍ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି । ଭାରତକୁ ଏପର୍ଯ୍ୟନ୍ତ ଗୋଟିଏ ସ୍ବର୍ଣ୍ଣ ପଦକ ସହିତ ମୋଟ୍ ୭ଟି ମେଡାଲ ମିଳିଛି । ସେହିଭଳି ରୋଇଂରେ ଭାରତକୁ କାଂସ୍ୟ ପଦକ ମିଳିଛି । ରୋଇଂ କକ୍ସଲେସ ଫୋରରେ ବ୍ରୋଞ୍ଜ୍ ପାଇଛନ୍ତି ଯଶବିନ୍ଦର ସିଂ, ଭୀମ୍ ସିଂ, ପୁନୀତ୍ କୁମାର ଓ ଆଶିଷ। ଫାଇନାଲରେ ୦୬:୧୦:୮୧ ସମୟରେ ଖେଳ ଶେଷ କରି ଭାରତ ଏହି ମେଡାଲ ହାତେଇବାରେ ସଫଳ ହୋଇଛି ।

ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିସହ ପଦକ ରାଙ୍କିଂ ଟେବୁଲରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି। ଏବେ ସୁଦ୍ଧା ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଛି । ସର୍ବାଧିକ ୩୮ଟି ପଦକ ପାଇ ଶୀର୍ଷରେ ରହିଛି ଆୟୋଜକ ଚୀନ୍ । ଚୀନକୁ ୨୩ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳିଛି ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add