Sunday, January 19, 2025

Logo
Loading...
google-add

ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ

| 11:29 AM, Wed Nov 08, 2023

ଓଡ଼ିଶା 365 (ବ୍ୟୁରୋ) : ଭାରତୀୟ ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଏସିଆନ ଚମ୍ଫିଆନ୍ସ ଟ୍ରଫିରେ ଅପରାଜେୟ ସହ ଚମ୍ଫିଆନ ହେବା ଭାରତୀୟ ମହିଳା ହକି ଦଳକୁ ମାନ୍ୟତାରେ ସଫଳତା ଆଣି ଦେଇଛି । ଭାରତର ଏହା ସର୍ବକାଳୀନ ସର୍ବେଶ୍ରେଷ ୱାର୍ଲ୍ଡ ରାଙ୍କିଂ ବୋଲି କୁହାଯାଇ ପାରିବ । ନିକଟରେ ଶେଷ ହୋଇଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ଓ ଏସୀଆନ ଗେମ୍ସ ପ୍ରଦର୍ଶନ ପାଇଁ ଭାରତର ଏଫଆଇଏଚ୍‌ ମାନ୍ୟତାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି, ଯାହା ଦେଶପାଇଁ ଶୁଭଙ୍କର ଅଟେ ।

ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା । ଏସିଆନ୍‌ ଚମ୍ପିଆନ୍ସ ଟ୍ରଫି ଟାଇଟଲ ବିଜେତା ହୋଇଛି । ଏହା ପ୍ରଦର୍ଶନ ଆଧାରରେ ଦଳର ମାନ୍ୟତାରେ ଉନ୍ନତି ହୋଇଥିବା ଦେଖିବାକୁ ମିଳିଛି । ୨୩୬୮.୮୩ରେଟିଂ ପଏଣ୍ଟ୍‌ ସହ ଭାରତ ବିଶ୍ୱରେ ଷଷ୍ଠ ସ୍ଥାନ ଅଧିକାର କରିଛି । ତେବେ ୩୪୨୨.୪୦ ପଏଣ୍ଟ ସହ ନେଦରଲାଣ୍ଡ ଟେବୁଲ ଟପରେ ରହିଥିବା ବେଳେ ୨୮୧୭.୭୩ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ଏବଂ ୨୭୬୬.୯୦ପଏଣ୍ଟ ସହ ଆର୍ଜେଣ୍ଟିନା ତୃ଼ତୀୟ ସ୍ଥାନରେ ରହିଛି ।

ବେଲଜିୟମ ୨୬୦୮.୭୭ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଜର୍ମାନୀ ୨୫୭୩.୭୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ତେବେ ଭାରତୀୟ ମହିଳା ଦଳର ସଫଳତା ପାଇଁ ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାବା ସହ, ଖେଳାଳିମାନଙ୍କ ଏହିଭଳି କଠିନ ପରିଶ୍ରମ ଆଗକୁ ବିଶ୍ୱରେ ଦଳକୁ ୩ୟ ସ୍ଥାନରେ ପହଁଞ୍ଚାଇବା ନେଇ ଆଶା ମଧ୍ୟ କରିଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add