Sunday, January 19, 2025

Logo
Loading...
google-add

ଶନିବାର ଏସୀୟ କ୍ରୀଡା ମହାକୁମ୍ଭ: ଉଦଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ହର୍ମନପ୍ରୀତ-ଲଭଲିନା

| 16:03 PM, Fri Sep 22, 2023

ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୁ ଠାରେ ଶନିବାରଠୁ ଆରମ୍ଭ ହେଉଛି ୧୯ତମ ଏସୀୟ କ୍ରୀଡା ମହାକୁମ୍ଭ। ୨୩ ସେପ୍ଚେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର ୮ଯାଏଁ ଏହି ପ୍ରତିଯୋଗିତା ଚାଲିବ । ଏହି ପ୍ରତିଯୋଗିତାରେ ଭାରତ ପାଇଁ ହକି ତାରକା ହର୍ମନପ୍ରୀତ ସିଂ ଓ ବକ୍ସର ଲଭଲିନା ତ୍ରିରଙ୍ଗା ପତାକା ଧରିବେ । ଏସିଆନ ଗେମ୍ସରେ ୪୦ଟି କ୍ରୀଡା ବର୍ଗରେ ୪୮୧ଟି ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ହେବ । ୫୬ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଖେଳାଯିବ । ଭାରତରୁ ମୋଟ ୬୫୫ ଆଥଲେଟ ପ୍ରତିନିଧିତ୍ୱ କରୁଥିବାବେଳେ ସେଥିରେ ମୋଟ ୧୩ଜଣ ଓଡିଆ ରହିଛନ୍ତି । ହର୍ମନପ୍ରୀତ ଓ ଲଭିଲନାଙ୍କ ପୂର୍ବରୁ ୧୯୯୮,୨୦୦୨ରେ ଧନରାଜ ପିଲ୍ଲେ,୨୦୦୬ରେ ଜ୍ୟୋତି ସୁନୀତା କୁଲ୍ଲୁ, ୨୦୧୦ରେ ଗଗନ ନାରଙ୍ଗ, ୨୦୧୪ରେ ସରଦାର ସିଂହ ଓ ୨୦୧୮ରେ ନୀରଜ ଚୋପ୍ରା ଭାରତ ତ୍ରିରଙ୍ଗା ଧ୍ୱଜା ଧରିଥିଲେ ।ବକ୍ସର ଲଭଲିନା ନିକଟରେ ୭୫କିଲୋ ବର୍ଗରେ ବିଶ୍ୱ ଚମ୍ପିଆନ ହୋଇଥିଲେ ଏବଂ ଟୋକିଓ ଅଲିମ୍ପକ୍ସରେ ସେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ ।

ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ ଟୋକିଓ ବ୍ରୋଞ୍ଜ ପଦକ ବିଜେତା ହକି ଦଳର ସଦସ୍ୟ ଥିଲେ ।ଭାରତ ପକ୍ଷରୁ ତ୍ରିରଙ୍ଗା ଧରିବା ନେଇ ଖବର ମିଳିବା ପରେ ଖୁସି ବ୍ୟକ୍ତ କରି ହକି ତାରକା ହର୍ମନପ୍ରୀତ ସିଂ କହିଛନ୍ତି, ଏସୀୟ କ୍ରୀଡ଼ାରେ ଲଭଲିନାଙ୍କ ସହ ଜାତୀୟ ପତାକା ଧରିବା ନେଇ ନାମ ରହିବା ମୋ ପାଇଁ ଗର୍ବର ବିଷୟ । ଏତେ ବଡ ପ୍ରତିଯୋଗିତାରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ନେଇ ବାସ୍ତବରେ ମୁଁ ବହୁତ ଖୁସି । ମୋ ସହଯୋଗୀ ଲଭଲିନାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଭାରତୀୟ ହକି ଦଳ ପୁଲ-ଏରେ ରହିଛି। ଭାରତୀୟ ହକି ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ସେମି ଓ ଫାଇନାଲ ପ୍ରବେଶ କରି ବାଜି ମାରିବା ଲକ୍ଷ୍ୟରେ ରହିଛି ଭାରତ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add