Thursday, February 13, 2025

Logo
Loading...
google-add

ଏସିଆନ୍‌ ଗେମ୍ସ:ସେମିରେ ଭାରତୀୟ ହକି ଦଳ

| 11:13 AM, Tue Oct 03, 2023

ଓଡ଼ିଶା 365 (ବ୍ୟୁରୋ) : ସେମିରେ ଭାରତ। ହାଙ୍ଗଝୌରେ ଖେଳାଯାଉଥିବା ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଗ୍ରୁପ୍ ମ୍ୟାଚ୍‌ରେ ଭାରତ ବାଂଲାଦେଶ ବିପକ୍ଷରେ ଖେଳି ୧୨-୦ରେ ମ୍ୟାଚ୍ ଜିତିଥିଲା। ଖେଳାଳିମାନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତ ପାଇଁ ହରମାନପ୍ରୀତ ସିଂ ଏବଂ ମନପ୍ରୀତ ସିଂ ୩ ଲେଖାଏଁ ଗୋଲ ସ୍କୋର କରିଥିବାବେଳେ ଅଭିଷେକ ୨ଟି,ଅମିତ ରୋହିଦାସ, ଲଲିତ ଉପାଧ୍ୟାୟ, ନୀଲକାନ୍ତ ଶର୍ମା ଏବଂ ଗୁରୁଜନ୍ତ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଭାରତ ମୋଟ ୧୩ ସ୍ୱର୍ଣ୍ଣ,୨୪ ରୌପ୍ୟ,୨୩ କାଂସ୍ୟ ପଦକ ସହ ୬୦ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି। ରବିବାର ଭାରତୀୟ ଟିମ୍‌ ଗୋଟିଏ ଦିନରେ ୧୫ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲା। ଏଥିସହିତ ଭାରତର ମୋଟ ମେଡାଲ ସଂଖ୍ୟା ୫୦ ଟପିଥିଲା। ଆୟୋଜକ ଚୀନ ପଦକ ହାସଲ ତାଲିକାରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ଜାପାନ, ତୃତୀୟରେ ଦକ୍ଷିଣ କୋରିଆ,ଚତୁର୍ଥରେ ରହିଛି ଭାରତ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add