Tuesday, July 23, 2024

Logo
Loading...
google-add

ଜାତୀୟ କ୍ରୀଡ଼ା ଦିବସ : ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

| 11:56 AM, Tue Aug 29, 2023

ଓଡ଼ିଶା 365 (ବ୍ୟୁରୋ) : ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି  ଜଣାଇଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର । ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ଷ୍ଟାଡ଼ିୟମରେ କ୍ରୀଡ଼ା ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି  ଜଣାଇଛନ୍ତି । ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବସ୍ତରରେ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ ମେଜର ଧ୍ୟାନଚାନ୍ଦ । ୧୯୨୮,୧୯୩୨,୧୯୩୬ରେ ଭାରତକୁ ସ୍ୱର୍ଣ୍ଣ ପଦକ ଭେଟିଦେଇଥିଲେ ମେଜର ଧ୍ୟାନଚାନ୍ଦ । ତାଙ୍କ ଜନ୍ମ ବାର୍ଷକୀକୁ ମନେ ପକାଇ, ୧୯୯୫ ମସିହାଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ମଣିଷର ଶାରୀରିକ ଏବଂ ମାନସିକ ବିକାଶ ପାଇଁ କ୍ରୀଡା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କ୍ରୀଡା ତଥା ଦୈନନ୍ଦିନ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add