Tuesday, July 23, 2024

Logo
Loading...
google-add

ଏସୀୟ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ଜାପାନ ସେମିଫାଇନାଲ୍‌ ମୁକାବିଲା

Rasmi Ranjan Rout | 17:17 PM, Fri Aug 11, 2023

ନ୍ୟୁଜ୍ 365(ବ୍ୟୁରୋ): ଆଜି ଭାରତ-ଜାପାନ ମଧ୍ୟରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ସେମିଫାଇନାଲ ମୁକାବିଲା ।  ଆଜି ରାତି ୮.୩୦ ମିନିଟରେ  ଗତ ଥରର ଉପବିଜେତା ଜାପାନକୁ ଭେଟିବ ଆୟୋଜକ ଭାରତ। ଅନ୍ୟଏକ ସେମିଫାଇନାଲ୍ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ-ତୃତୀୟ ଦଳ ମାଲେସିଆ-ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।

ଲିଗ୍ ପର୍ଯ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା। ଏଥିସହ ଭାରତ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା। ବିଶ୍ବ ମାନ୍ୟତାରେ ଭାରତ ଚତୁର୍ଥରେ ଥିବା ବେଳେ ଜାପାନ ୧୯ରେ ରହିଛି। କିନ୍ତୁ ଢାକାରେ ଖେଳାଯାଇଥିବା ୨୦୨୧ ସଂସ୍କରଣର ସେମିଫାଇନାଲରେ ଭାରତକୁ ମାତ୍ ଦେଇ ଥିଲା ଜାପାନ। ହେଲେ ଲିଗ୍ ପର୍ଯ୍ୟାୟରେ ୬-୦ ଗୋଲରେ ଜାପାନକୁ ହରାଇଥିଲା ଭାରତ। ସେମିରେ ଅପ୍ରତ୍ୟାଶିତ ଭାବେ ୩-୫ରେ ଫାଇନାଲରେ ନିରାଶ ହୋଇଥିଲା ଭାରତ। 

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add