Thursday, February 13, 2025

Logo
Loading...
google-add

ଏସୀୟ ଚାମ୍ପିଅନ୍ସ ଟ୍ରଫି : ବିଦା ହେଲା ପାକିସ୍ତାନ

Editor | 11:01 AM, Thu Aug 10, 2023

ନ୍ୟୁଜ୍ ୩୬୫ (ବ୍ୟୁରୋ): ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ବିଦା ହେଲା ପାକିସ୍ତାନ । ପାକିସ୍ତାନକୁ ଲାଗିଛି ବଡ଼ ଝଟ୍କା । ବିଦାୟ ରାସ୍ତା ଦେଖାଇ ପାକିସ୍ତାନ ହାତରୁ ସବୁଦିନ ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଛଡାଇ ଆଣିଛି ଭାରତ । ବୁଧବାର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ପୂର୍ବରୁ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିବା ଭାରତ ଘରୋଇ ପରିବେଶର ଫାଇଦା ଉଠାଇଛି । ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି । ଏହି ବିଜୟ ସହ ଭାରତ ଲିଗ୍ ପର୍ୟ୍ୟାୟରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି ।

ସୂଚନାଅନୁଯାୟୀ, ଆସନ୍ତାକାଲି ଶୁକ୍ରବାର ସେମିଫାଇନାଲରେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନକୁ ଭେଟିବ । ସେପଟେ ସେମିଫାଇନାଲରେ ମୁହାଁମୁହିଁ ହେବେ ମାଲେସିଆ ଓ କୋରିଆ । ଜାପାନ, କୋରିଆ ଓ ପାକିସ୍ତାନ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ଏବେ ପଞ୍ଚମ ସ୍ତାନ ହାସଲ କରିବା ଲକ୍ଷ୍ୟରେ ଚୀନ୍ ସହ ଲଢ଼ିବ ପାକିସ୍ତାନ ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add