Sunday, January 19, 2025

Logo
Loading...
google-add

ବ୍ରାଜିଲ ପାଇଁ ସର୍ବାଧିକ ଗୋଲ ସ୍କୋର ଖେଳାଳି ହେଲେ ନେମାର

| 14:19 PM, Sat Sep 09, 2023

ଓଡ଼ିଶା 365 (ବ୍ୟୁରୋ): ଇତିହାସ ରଚିଛନ୍ତି ବ୍ରାଜିଲର ତାରକା ଫୁଟବଲର୍ ନେମାର ଜୁନିୟର। ସ୍ଥାପନ କରିଛନ୍ତି ନୂଆ ରେକର୍ଡ। ବ୍ରାଜିଲ ପାଇଁ ସର୍ବାଧିକ ଗୋଲ ସ୍କୋର କରିବା କ୍ଷେତ୍ରରେ ନେମାର ପୂର୍ବତନ କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କୁ ପଛରେ ପକାଇଛନ୍ତି। ବ୍ରାଜିଲ ପାଇଁ ପାଲଟି ଯାଇଛନ୍ତି ଶୀର୍ଷ ଗୋଲ ସ୍କୋର ଖେଳାଳି । ବୋଲିଭିଆ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ନେମାର ହାସଲ କରିଛନ୍ତି ଏହି ସଫଳତା ।ବେଲିଭିଆ ବିପକ୍ଷ ମ୍ୟାଚରେ ସେ ବ୍ରାଜିଲ ପାଇଁ ୭୮ ତମ ଗୋଲ ସ୍କୋର କରିଥିଲେ। ଯେଉଁଥିରେ ସେ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିଥିଲେ। ବୋଲିଭିଆ ବିପକ୍ଷ ମ୍ୟାଚରେ ୬୧ ମିନିଟରେ ନେମାର ଐତିହାସିକ ଗୋଲ ସ୍କୋର କରିଥିଲେ। ଯାହା ବ୍ରାଜିଲ ପାଇଁ ମ୍ୟାଚର ଚତୁର୍ଥ ଗୋଲ ଥିଲା। ଏଥି ସହିତ ମ୍ୟାଚର ୧୭ତମ ମିନିଟରେ ନେମାର ଏକ ପେନାଲ୍ଟିରୁ ବଞ୍ଚିତ ହୋଇଥିଲେ। ଯାହା ବୋଲିଭିଆର ଗୋଲକିପର ବିଲି ବିସ୍କରାଙ୍କ ଦ୍ୱାରା ବଞ୍ଚାଯାଇଥିଲା। ଏହି ପେନାଲ୍ଟି ସହିତ ସେ ପେଲେଙ୍କ ରେକର୍ଡଙ୍କୁ ନିଜ ନାମ କରିଛନ୍ତି।

ଏପର୍ଯ୍ୟନ୍ତ କେବଳ ନେମାର ଏବଂ କିମ୍ବଦନ୍ତୀ ପେଲେ ବ୍ରାଜିଲ ପାଇଁ ୭ ଗୋଲର ମାର୍କ ଅତିକ୍ରମ କରିଛନ୍ତି। ଏହା ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହା କରିବାକୁ ସକ୍ଷମ ହୋଇନାହାଁନ୍ତି। ବର୍ତ୍ତମାନ ତାଙ୍କ ନାମରେ ୭୯ଟି ଆନ୍ତର୍ଜାତୀୟ ଗୋଲ ପଞ୍ଜିକୃତ ହୋଇଛି ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

BUSINESS NEWS

google-add

POLITICS NEWS

google-add
google-add

INDIA NEWS

google-add
google-add