Sunday, January 19, 2025

Logo
Loading...
google-add

ଏସିଆନ ଗେମ୍ସ; ବାଂଲାଦେଶକୁ ୧-୦ରେ ଗୋଲରେ ହରାଇଲା ଭାରତ

| 18:07 PM, Thu Sep 21, 2023

ଓଡ଼ିଶା365(ବ୍ୟୁରୋ): ପରାଜୟରୁ ଏସିଆନ ଗେମ୍ସ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଫୁଟବଲ ଟିମ ଆଜି ବିଜୟ ହାସଲ କରିଛି । ଦଳ ବାଂଲାଦେଶକୁ ୧-୦ରେ ଗୋଲରେ ହରାଇ ବିଜୟର ସ୍ୱାଦ ଚାଖିଛି । ଏହି ବିଜୟ ସହ ନକଆଉଟରେ ପହଞ୍ଚିବାର ଆଶା ଏବେ ବି ଦଳ ପାଖରେ ରହିଛି। ଭାରତ ପାଇଁ ସୁନୀଲ ଛେତ୍ରୀ ପେନାଲ୍ଟି ଜରିଆରେ ଗୋଟିଏ ହିଁ ଗୋଲ ସ୍କୋର କରିଛନ୍ତି। ଭାରତ ପାଇଁ ମିରାଣ୍ଡା ଭଲ ଖେଳ ପ୍ରଦର୍ଶନ କରିଥିଲେ। ସେ କ୍ରମାଗତ ଆଟାକ କରି ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ।

ବାଂଲାଦେଶ ମଧ୍ୟ ଧୀରେଧୀରେ ଲୟକୁ ଫେରିଥିଲା। କିନ୍ତୁ ଭାରତୀୟ ରକ୍ଷଣ ବିଭାଗରେ ଥିବା ଝିଙ୍ଗାନ ଓ ଧୀରଜ ବାଂଲାଦେଶକୁ କୌଣସି ସୁଯୋଗ ଦେଇ ନଥିଲେ। ପ୍ରଥମ ହାଫର ଷ୍ଟପେଜ ସମୟରେ ଭାରତ କ୍ରମାଗତ ଭାବେ ଆଟାକ କରି ୩ଟି ଶଟ ଟାର୍ଗେଟକୁ ମାରିଥିଲା। ତଥାପି ବାଂଲାଦେଶ ଗୋଲ କିପର ସବୁ କିଛିକୁ ଅଟକାଇ ଦେଇଥିଲେ। ଦ୍ୱିତୀୟ ହାଫ ଆରମ୍ଭରେ ରାହୁଲ କେପି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଭାରତୀୟ ଫରୱାର୍ଡ ଠିକ ଭାବେ ଏହାର ଫାଇଦା ଉଠାଇ ପାରି ନଥିଲେ। ୫୭ ମିନିଟରେ ଧୀରଜଙ୍କ ତ୍ରୁଟି ଯୋଗୁ ବାଂଲାଦେଶ ଗୋଲ ସ୍କୋର କରିବାର ସୁଯୋଗ ପାଇଥିଲା। ହେଲେ ଗୋଲ କରିପାରି ନଥିଲା। ୭୭ତମ ମିନିଟରେ ମଧ୍ୟ ବାଂଲାଦେଶ ସୁଯୋଗ ପାଇ ହାତ ଛଡ଼ା କରିଥିଲା।

ମ୍ୟାଚ୍‌ ଶେଷ ହେବାକୁ ୭ମିନିଟ ଥିବା ବେଳେ ମିରାଣ୍ତା ବଲକୁ ନେଇ ବାଂଲାଦେଶ ଡି’ ମଧ୍ୟରେ ପ୍ରବେଶ କରି ଯାଇଥିଲେ। ସେ ଶଟ ମାରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ବାଂଲାଦେଶ ଖେଳାଳି ଫାଉଲ ମାରି ଦେଇଥିଲେ। ତେଣୁ ଭାରତକୁ ପେନାଲ୍ଟି ମିଳିଥିଲା। ଏହାକୁ ବେଶ ଚମତ୍କାର ଢଙ୍ଗରେ ସୁନୀଲ ଛେତ୍ରୀ ଗୋଲରେ ପରିଣତ କରି ଭାରତକୁ ଲିଡ୍‌ ଦେଇଥିଲେ। ଏହାପରେ ବାଂଲାଦେଶ ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନଥିଲା। ଆଗାମୀ ୨୪ ତାରିଖରେ ପରବର୍ତ୍ତୀ ମ୍ୟାଚ୍‌ ମିଆଁମାର ସହ ଖେଳିବ ଭାରତ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

BUSINESS NEWS

google-add

POLITICS NEWS

google-add
google-add

INDIA NEWS

google-add
google-add