Sunday, January 19, 2025

Logo
Loading...
google-add

ବିଶ୍ୱକପ୍‌:ବେଙ୍ଗାଲୁରୁରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ଟକ୍କର, ଜିତିଲେ ସେମି ଟିକେଟ୍‌

| 13:05 PM, Sat Nov 04, 2023

ଓଡ଼ିଶା 365(ବ୍ୟୁରୋ): ବିଶ୍ୱକପରେ ସେମି ଲଢେଇ ହେଉଛି ଜୋରଦାର। ବେଙ୍ଗାଲୁରୁର ଏମ୍‌. ଚିନାସ୍ୱାମୀ ଷ୍ଟାଡିୟମ୍‌ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଲଢେଇ ଉପରେ ରହିଛି ସଭିଙ୍କ ନଜର । ଉଭୟ ଟିମ୍‌ ସେମିରେ ଏଣ୍ଟ୍ରି କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟ ଗୁରୁତ୍ୱ ବଢିଛି । ନ୍ୟୁଜିଲାଣ୍ଡ ଟିମ୍‌ ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଥିବାବେଳେ ୪ଟିରେ ବିଜୟୀ ୩ଟିରେ ପରାଜୟକୁ ସାମ୍ନା କରିଛି ଦଳ । ବିଶ୍ୱକପରେ ୮ ପଏଣ୍ଟ ସହ ଟେବୁଲରେ ୪ ନମ୍ବର ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଟିମ୍‌କୁ ସେମିଫାଇନାଲରେ ଏଣ୍ଟ୍ରି କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ । ସେହିପରି ପାକିସ୍ତାନ ଟିମ୍‌ ୭ଟି ମୁକାବିଲା ଖେଳିସାରିଥିବାବେଳେ ୩ଟିରେ ବିଜୟୀ, ୪ଟି ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୬ ନମ୍ବର ସ୍ଥାନରେ ରହିଛି । ପାକିସ୍ତାନ ପାଇଁ ଜଟିଳ ହୋଇଛି ସେମି ରାସ୍ତା । ପାକିସ୍ତାନ ଟିମ୍‌କୁ ସେମି ରେସ୍‌ରେ ରହିବାକୁ ହେଲେ, ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ । ବାଙ୍ଗାଲୋର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ସହାୟକ ହୋଇଥିବାବେଳେ ମ୍ୟାଚ୍‌ରେ ହାଇସ୍କୋରିଂ ହେବା ନିଶ୍ଚିତ ।

  • Trending Tag

  • No Trending Add This News
google-add
google-add
google-add
google-add

POLITICS NEWS

google-add
google-add

INDIA NEWS

google-add
google-add