Sunday, January 19, 2025

Logo
Loading...
google-add

ସେମିରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡର ଭାଗ୍ୟ ପରୀକ୍ଷା

| 10:52 AM, Thu Nov 09, 2023

ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱକପ୍‌ ୨୦୨୩ । ଶେଷ ପର୍ଯ୍ୟାୟରେ ଲିଗ ମ୍ୟାଚ୍‌ । ଆଜି ଅପରାହ୍ନ ୨ଟାରେ ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ନ୍ୟୁଜଲାଣ୍ଡ ଓ ଶ୍ରୀଲଙ୍କା । ତେବେ ଏଯାବତ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ପ୍ରାୟ ୯୦ ଭାଗ ଲିଗ୍‌ ମ୍ୟାଚ ଶେଷ ହୋଇସାରିଛି । ସେମି ଫାଇନାଲ ନିକଟ ହେଉଥିବାରୁ ସ୍ଥାନ ପକ୍କା କରିବାକୁ ୪ ଦଳ ମଧ୍ୟରେ କଡ୍ଡା ଟକ୍କର ହେବା ଆରମ୍ଭ ହୋଇସାରିଛି । ପୂର୍ବପଦର୍ଶନକୁ ଦେଖିବାକୁ ଦେଖିଲେ ନ୍ୟୁଜଲାଣ୍ଡ ମୋଟ ୮ଟି ମ୍ୟାଚ ଖେଳି ସେଥିରୁ ୪ଟି ଜିତି ବାକି ୪ଟିରେ ପରାଜୟ ହୋଇଛି । ଯଦି ଆଜି ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରେ ତେବେ ସେମିରେ ପ୍ରବେଶ କରିପାରିବ ନ୍ୟୁଜଲାଣ୍ଡ । ଦଳରେ ଆହତ ସମସ୍ୟା ରହିଛି । କେନ ୱିଲିୟମସନଙ୍କଠୁ ନେଇ ଫର୍ଗୁସନ ଆହତ ଅଛନ୍ତି । ତେବେ ମୋଟାମୋଟି କହିବାକୁ ଗଲେ ଆଜି ନ୍ୟୁଜଲାଣ୍ଡର ଆଜି ଭାଗ୍ୟ ପରିକ୍ଷାର ଦିନ । ଯଦିଓ ପାକିସ୍ତାନ ବିପକ୍ଷରେ ୪୦୧ରନ କରିବା ପରେ ବି ଦଳ ପରାଜୟ ବରଣ କରିଥିଲା । ବର୍ଷା ପାକିସ୍ତାନକୁ ସାହା ହେବାରୁ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିଲା । ଆଜି ଶ୍ରୀଲଙ୍କା ବିପକ୍ଷରେ ଯେକୌଣସି ମତେ ବିଜୟ ହାସଲ କରିବାକୁ ପ୍ରୟାସ କରିବ କିୱି ଦଳ ।

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ଦଳର ରଚିନ ରବିନ୍ଦ୍ରଙ୍କ ଉପରେ ପୁରା ରହିଛି ନଜର ।କାରଣ ସେ ଚଳିତ ବିଶ୍ୱକପରେ ୩ଟି ଶତକ ହାସଲ କରି ୫୨୩ରନ ସାରିଛନ୍ତି । ଶ୍ରୀଲଙ୍କା ୮ଟି ମ୍ୟାଚ୍ ରେ ଖେଳିଥିବା ବେଳେ ସେଥିରୁ 2ଟି ଜିତି ବାକି ୬ଟି ମ୍ୟାଚ୍ ରେ ପରାସ୍ତ ହୋଇଛି । ଦଳର ଏହା ଶେଷ ଲିଗ ମ୍ୟାଚ ବାଂଲାଦେଶ ବିପକ୍ଷରେ ପରାସ୍ତ ହୋଇଥିଲା ଶ୍ରୀଲଙ୍କା । ଏହାପରେ ଦଳର ମନୋବଳ ଦୁର୍ବଳ ରହିଥିବା ଦେଖିବାକୁ ମିଳିଛି । ମାଥ୍ୟୁସଙ୍କ ଟାଇମଡ ଆଉଟକୁ ନେଇ ବିବାଦୀୟ ମୁକାବିଲାରେ ଦଳ ବାଂଲାଦେଶଠୁ ପରାସ୍ତ ହୋଇଥିଲା । ଶେଷ ଲିଗ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ସହ ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରିଖିଛି ସିଂହଳୀ ଦଳ ।

  • Trending Tag

  • No Trending Add This News
google-add
google-add
google-add
google-add

POLITICS NEWS

google-add
google-add

INDIA NEWS

google-add
google-add