Sunday, January 19, 2025

Logo
Loading...
google-add

ଭାରତକୁ ଝଟକା; ‍ବିଶ୍ୱକପରୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍; ପ୍ରସିଦ୍ଧ କ୍ରିଷ୍ଣା ଇନ୍

| 13:01 PM, Sat Nov 04, 2023

ଓଡ଼ିଶା 365(ବ୍ୟୁରୋ):ଭାରତକୁ ଲାଗିଛି ଶକ୍ତ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ୍‌-୨୦୨୩ରୁ ବାହାର ହୋଇଛନ୍ତି। ଆହତ ସମସ୍ୟା ପାଇଁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ସେମି ଫାଇନାଲରେ ଦଳକୁ ଫେରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଥିଲେ। ମାତ୍ର ଶେଷରେ ନିରାଶ ହୋଇଛନ୍ତି ପ୍ରଶଂସକ। ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡିଥିବାବେଳେ ତାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି ହୋଇଛି। ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏଥିଯୋଗୁ ମ୍ୟାଚ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ ଏହି ଷ୍ଟାର କ୍ରିକେଟର ଜଣଙ୍କ। କିନ୍ତୁ ସମସ୍ୟାରୁ ମୁକୁଳି ନପାରିବା କାରଣରୁ ଶେଷରେ ବାଦ୍ ପଡିଛନ୍ତି। ତେବେ ଟିମ୍‌ରୁ ହାର୍ଦ୍ଦିକ ଆଉଟ୍‌ ହେବା,ଟିମ୍‌ ପାଇଁ ବଡ଼ ଝଟ୍‌କା । ସେ ଜଣେ ବ୍ୟାଟର ଓ ବୋଲର ଭାବେ ଟିମ୍‌ ପାଇଁ ବେଶ୍ ଉପଯୋଗୀ ଥିଲେ । ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ସ୍ଥାନ ନେଇପାରିବେ କି ନାହିଁ। ତାହା ଟିମ୍‌ ପାଇଁ କେତେ ଫାଇଦା ହେବେ,ଏନେଇ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରଶଂସକ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ।

  • Trending Tag

  • No Trending Add This News
google-add
google-add
google-add
google-add

POLITICS NEWS

google-add
google-add

INDIA NEWS

google-add
google-add