Sunday, January 19, 2025

Logo
Loading...
google-add

ଆଫଗାନିସ୍ତାନ ଠାରୁ ୭ ୱିକେଟ୍‌ରେ ହାରିଲା ନେଦରଲାଣ୍ଡ

| 13:09 PM, Sat Nov 04, 2023

ଓଡ଼ିଶା 365(ବ୍ୟୁରୋ): ବିଶ୍ୱକପ୍‌ର ୩୪ ତମ ମୁକାବିଲାରେ ଆଫଗାନିସ୍ତାନ ଠାରୁ ୭ ୱିକେଟ୍‌ରେ ହାରିଲା ନେଦରଲାଣ୍ଡ। ମଉଳିଲା ସେମି ଆଶା। ଟସ୍‌ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନକୁ ୧୮୦ ରନ୍‌ ଟାର୍ଗେଟ୍ ଦେଇଥିଲା। ଜବାବର ଆଫଗାନିସ୍ତାନ ୩୧.୩ ଓଭରେ ୭ ୱିକେଟ ହରାଇ ୧୮୧ ରନ୍ କରି ଟାର୍ଗେଟ୍ ହାସଲ ସହ ବାଜି ଜିତି ନେଇଛି। ଏହି ବିଜୟ ସହ ଆଫଗାନିସ୍ତାନ ପଏଣ୍ଟ ଟେବୁଲ୍‌ ପାକିସ୍ତାନକୁ ପଛରେ ପକାଇ ଆଫଗାନିସ୍ତାନ ମୋଟ ୭ଟି ମ୍ୟାଚରୁ ୪ଟି ବିଜୟ, ୩ଟିରେ ପରାଜୟ ସହ ପଏଣ୍ଟ ଟେବୁଲ୍‌ରେ ୮ ପଏଣ୍ଟ ସହ ଦଳ ପଞ୍ଚମ ସ୍ଥାନରେ ରହିଛି। ବାବର ଆଜମଙ୍କ ଦଳ ୬ପଏଣ୍ଟ ସହ ୬ସ୍ଥାନରେ ରହିଛି। ବେଙ୍ଗାଲୁରୁର ଶନିବାର ଏମ୍‌. ଚିନାସ୍ୱାମୀ ଷ୍ଟାଡିୟମ୍‌ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ।

  • Trending Tag

  • No Trending Add This News
google-add
google-add
google-add
google-add

POLITICS NEWS

google-add
google-add

INDIA NEWS

google-add
google-add