Thursday, February 13, 2025

Logo
Loading...
google-add

୪୯ଟି  ଦିନିକିଆ ଶତକ ମାରିବା ଏତେ ସହଜ ନୁହେଁ: ଗୌତମ ଗମ୍ଭୀର

| 17:48 PM, Tue Nov 07, 2023

ଓଡ଼ିଶା 365 (ବ୍ୟୁରୋ): ପଡ଼ିଆ ଭିତରେ ହେଉ ଅବା ବାହାରେ ବିରାଟ- ଗମ୍ଭୀରଙ୍କ ବିବାଦ କିଏ ବା ନଜାଣେ। ଗତ ଆଇପିଏଲ୍‌ ଏହା ସବୁଠାରୁ ଅଧିକ ଉଗ୍ର ରୂପ ନେଇଥିଲା । ଯାହାର ପରିଣାମ,କ୍ରିକେଟ୍‌ରେ ମଇଦାନରେ ଦେଖିବାକୁ ମିଳିଥିଲା । କୋଲକାତାର ଇଡେନଗାର୍ଡେନ୍‌ର ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ରନ୍ ମେସିନଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର । ବାଦବିବାଦ ଭୁଲି ଗମ୍ଭୀର କହିଛନ୍ତି। ଏତେ ସହଜ ନୁହେଁ ବିରାଟଙ୍କ ପରି ଲଗାତର ଭାବେ ପ୍ରଦର୍ଶନ କରିବା । ସେ ଯେଉଁଭଳି ଭାବରେ ପ୍ରଦର୍ଶନ କରିଚାଲିଛନ୍ତି । ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ଦିନିକିଆ କ୍ରିକେଟ୍‌ରେ ଏତେ ବଡ଼ ମାଇଲଷ୍ଟୋନ୍‌ ହାସଲ କରିବାର ବହୁ କଷ୍ଟକର । ତେଣୁ ଆମେ ସମସ୍ତେ ବିରାଟଙ୍କ ଠାରୁ ଏପରି ପ୍ରଦର୍ଶନ ଆଶା ରଖିଛୁ । ଆଗକୁ ବିରାଟ ଆହୁରି ରେକର୍ଡ ବ୍ରେକ୍‌ କରନ୍ତି ବୋଲି ମୋର ଆଶା। ଏପିରିକି ଦିନିକିଆ କ୍ରିକେଟରେ ଆଉ ନୂଆ ଆଚିଭେମେଣ୍ଟ ମଧ୍ୟ ହାସଲ କରିବେ । ବିରାଟ କୋଲି ବର୍ତ୍ତମାନ ୨୮୯ ଟି ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି । ସେଥିରେ ଥିରେ ୧୩୬୨୬ ରନ୍‌ ସଂଗ୍ରହ ମଧ୍ୟ କରିଛନ୍ତି । ଦିନିକିଆ ୧୮୩ ରନ୍‌ ହେଉଛି ବିରାଟଙ୍କ ସର୍ବାଧିକ ସ୍କୋର। ଏବେ ସୁଦ୍ଧା ସେ ଦିନିକିଆ୪୯ଟି ଶତକ ହାସଲ କରିଥିବା ବେଳେ ୭୦ଟି ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି । ଆଇପିଏଲ୍‌ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ବିରାଟ । ବିଶ୍ୱକପ୍ ୨୦୨୩ରେ ନେଦରଲାଣ୍ଡ ବିପକ୍ଷରେ ବିରାଟ ୫୦ତମ ଦିନିକିଆ ଶତକ ମାରି ସଚିନ୍ ତେନ୍ଦୁକରଙ୍କ ରେକର୍ଡ ଭାଙ୍ଗନ୍ତୁ ବୋଲି କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add