Thursday, February 13, 2025

Logo
Loading...
google-add

ସାମି-ସିରାଜ ଝଡ଼ରେ ସିଂହଳ ଟିମ୍ ଧରାଶାୟୀ; ୩୦୨ରନ୍ ବ୍ୟବଧାନରେ ଜିତିଲା ଭାରତ

| 11:17 AM, Fri Nov 03, 2023

ଓଡ଼ିଶା 365(ବ୍ୟୁରୋ): ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିଛି ଭାରତ। ମୁମ୍ୱାଇ ୱାଙ୍ଖଡେ ଷ୍ଟାଡିୟମରେ ଦମଦାର ବ୍ୟାଟିଂ କରିଥି୍ଲେ ବିରାଟ,ଶୁଭମନ ଗିଲ୍ ଓ ଆୟାର। ସାମି ଏବଂ ସିରାଜ ମଧ୍ୟ କରିଥିଲେ ଘାତକ ବୋଲିଂ । ଫଳରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯଆଇଥିଲା ଶ୍ରୀଲଙ୍କା । ଭାରତ ବିଶ୍ୱକପରେ ୩୦୨ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଇତିହାସ ରଚିଛି। ୧୮ରନ୍ ଦେଇ ସାମି ୫ଓ୍ୱିକେଟ୍ ନେବା ସହ ବିଜୟର ହିରୋ ସାଜିଥିଲେ। ଫଳରେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଛନ୍ତି। ଭାରତୀୟ ବୋଲର ଭାବେ ସାମି ବିଶ୍ୱକପରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିଛନ୍ତି । ବିଶ୍ୱକପରେ ମୋଟ ୪୫ଟି ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି । ଫଳରେ ସାମି ଜଭାଗଲ ଶ୍ରୀନାଥ ଓ ଜାହିର ଖାନଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ଶ୍ରୀଲଙ୍କା ଆଗରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।

ମୋଟ୍ ଉପରେ ଭାରତ କ୍ରିକେଟ୍ ଇତିହାସରେ ଦ୍ଵିତୀୟ ସର୍ବବୃହତ ବିଜୟ ହାସଲ କରିଛି। ୧୪ ପଏଣ୍ଟ ସହ ପ୍ରଥମ ଦଳ ଭାବେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ମ୍ୟାଚ୍ ହାରି ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି ସିଂହଳୀ ଟିମ୍। ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମନ ଗିଲ୍‌ଙ୍କ ୯୨ ରନ, ବିରାଟ କୋହଲିଙ୍କ ୮୮ ରନ ଓ ଶ୍ରେୟସ ଆୟଙ୍କ ବିସ୍ଫୋରକ ୮୨ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ୮ ଓ୍ଵିକେଟ୍ ୩୫୭ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ନିକଟରେ ଆତ୍ମ ସମର୍ପଣ କରି ୧୯.୪ ଓଭରରେ ୫୫ ରନରେ ଅଲଆଉଟ୍ ହୋଇଛନ୍ତି। ଦିନିକିଆ ଇତିହାସରେ ଶ୍ରୀଲଙ୍କାର ଏହା ତୃତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଶ୍ରୀଲଙ୍କା ୨୦୧୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ୍ ହୋଇଥିଲା। କିନ୍ତୁ ଦିନିକିଆ ବିଶ୍ଵକପରେ ଶ୍ରୀଲଙ୍କାର ୫୫ ରନ ହେଉଛି ସର୍ବନିମ୍ନ ସ୍କୋର। ଏହା ସହିତ ବିଶ୍ଵକପ୍ ଇତିହାସରେ ଏହା ହେଉଛି ତୃତୀୟ ସର୍ବନିମ୍ନ ସ୍କୋର।ଭାରତ ପକ୍ଷରୁ ସାମି ୫,ମହମ୍ମଦ ସିରାଜ ୩,ବୁମରା ୧,ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ମିଳିଥିଲା। ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ରବିବାର ଦ.ଆଫ୍ରିକା ବିପକ୍ଷରେ ଖେଳିବ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add