ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ମହୁଆଙ୍କ ପାଇଁ ମହଙ୍ଗା ପଡ଼ିଲା ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା
ଓଡ଼ିଶା 365 (ବ୍ୟୁରୋ): ଏବେ ପୁରା ଅଡୁଆରେ ଟିଏମସି ସାଂସଦ ମହୁଆ ମୋଇତ୍ର। ମହଙ୍ଗା ପଡ଼ିଛି ଟଙ୍କା ନେଇ ପ୍ରଶ୍ନ ପଚାରିବା । ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଛି ଲୋକସଭାର ଏଥିକ୍ସ କମିଟି । ୫୦୦ ପୃଷ୍ଠାର ରିପୋର୍ଟ ଦାଖଲ କରିଛି ଅନୁସନ୍ଧାନ କରୁଥିବା କମିଟି। ମହୁଆ ହିରାନନ୍ଦାନୀଙ୍କଠାରୁ ଦାମୀ ଉପହାର ଏବଂ ଟଙ୍କା ନେଇ ପ୍ରଶ୍ନ ପଚାରିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ମୋଦି ସରକାରଙ୍କୁ ବଦନାମ କରିବା ପାଇଁ ଟଙ୍କା ନେଇ ପ୍ରଶ୍ନ ପଚାରିଥିବା ଧରାପଡ଼ିଯାଇଛି। କାରଣ ଏଥିରେ ଅଧିକାଂଶ ପ୍ରଶ୍ନ ଆଦାନୀ ଗ୍ରୁପର କଂପାନି ବିରୁଦ୍ଧରେ ଥିଲା ଏବଂ ସରକାରଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏପରିକି ମହୁଆ ତାଙ୍କ ଇମେଲକୁ ଅନ୍ୟକୁ ବ୍ୟବହାର କରିବା ପାଇଁ ସୁଯୋଗ ଦେଇଥିବା ପ୍ରମାଣ ମିଳିସାରିଛି। ସଂସଦ ପୋର୍ଟାଲର ଲଗଇନ୍ ଆଇଡି ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ଅଭିଯୋଗରେ ସତ୍ୟତା ଥିବା କମିଟି ଉପଲବ୍ଧି କରିଛି । ଏହା ଗମ୍ଭୀର ଅପରାଧ, ସନ୍ଦେହଜନକ ଏବଂ ଅନୈତିକ ବୋଲି ରିପୋର୍ଟରେ କୁହାଯାଇଛି। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କମିଟି କହିଛି । ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଠିକ୍ ସମୟରେ କରିବାକୁ ବି ପରାମର୍ଶ ଦେଇଛି କମିଟି । ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ଲୋକପାଳ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଘଟଣାର ତନ୍ନତନ୍ନ ଯାଞ୍ଚ କରିବା ପରେ ନିଶ୍ଚିତ ଭାବରେ ଚକ୍ରବ୍ୟୁହରେ ଫସିଯିବେ ମହୁଆ। ଫଳରେ ତାଙ୍କ ସାଂସଦ ପଦ ଯିବା ନେଇ ଏବେ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା । ଅନ୍ୟପଟେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ମହୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । କାରଣ ଆଗକୁ ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗ ଭୋଟରଙ୍କୁ ପ୍ରଭାବିତ କରିପାରେ । ତେଣୁ ସବୁପଟୁ ଏବେ ଅକଳରେ ପଡ଼ିଛନ୍ତି ମହୁଆ ।
Trending Tag