Tuesday, July 23, 2024

Logo
Loading...
google-add

ଗାଡ଼ି ଅଟକାଇବାରୁ ପୁଲିସକୁ ପିଟିଲେ ମହିଳା

| 13:04 PM, Mon Sep 25, 2023

ଓଡ଼ିଶା365(ବ୍ୟୁରୋ): ମୁମ୍ବାଇ ବାନ୍ଦ୍ରା-ୱର୍ଲି ସି’ ଲିଙ୍କ୍‌ ରାସ୍ତାରେ ବାଇକ୍‌ ଚଳାଇ ଯାଉଥିବା ବ‌େଳେ ଟ୍ରାଫିକ୍‌ ପୁଲିସକୁ ଗାଳିଗୁଲଜ କରିବା, ଧମକ ଦେବା ଓ ଧକ୍କା ମାରିବା ଅଭିଯୋଗରେ ୨୬ ବର୍ଷୀୟା ମହିଳା ସ୍ଥପତିଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ।ଟ୍ରାଫିକ୍‌ ପୁଲିସଙ୍କ ସହିତ ମହିଳା ଯୁକ୍ତିତର୍କ କରୁଥିବାର ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି, ଦ୍ରୁତଗତିରେ ବାଇକ୍‌ ଚଳାଉଥିବା ମହିଳା ଆରୋହୀ ଜଣକ ତାଙ୍କୁ ଅଟକାଇଥିବା ପୁଲିସ କନେଷ୍ଟବଳଙ୍କ ସହିତ ଯୁକ୍ତିତର୍କ କରୁଛନ୍ତି।

ବାଇକ୍‌ ଅଟକାଇଥିବା ଟ୍ରାଫିକ୍‌ ପୁଲିସ ତାଙ୍କୁ ବାଇକରୁ ଓହ୍ଲାଇବାକୁ କହିବାରୁ ସେ ଓହ୍ଲାଇବାକୁ ମନା କରି ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ପୁଲିସଙ୍କୁ ହାତ କାଟିଦେବି ବୋଲି ଧମକ ଦେଇଥିଲେ। ଘଟଣା ବିଷୟରେ ପୁଲିସ କହିଛି, ନୂପୁର ମୁକେଶ ପଟେଲ୍‌ ନାମ୍ନୀ ମହିଳା ସି’ ଲିଙ୍କ୍‌ରେ ବୁଲେଟ୍‌ ଚଢ଼ି ଦକ୍ଷିଣ ମୁମ୍ବାଇ ଆଡ଼କୁ ଯାଉଛନ୍ତି ବୋଲି ବାନ୍ଦ୍ରା-ୱର୍ଲି ସି’ ଲିଙ୍କ୍‌ ସୁରକ୍ଷା ଅଧିକାରୀ ଆମକୁ ସୂଚନା ଦେଇଥିଲେ।

ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇବାରୁ ସେ ସେମାନଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କରି କହିଲେ, ଏ ରାସ୍ତା ତାଙ୍କ ବାପାଙ୍କର। ସେ ଜଣେ ଟିକସଦାତ୍ରୀ ହୋଇଥିବାରୁ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। ଅନେକ ଥର ଅନୁରୋଧ କରିବା ସତ୍ତ୍ବେ ସେ ତାଙ୍କ ବୁଲେଟକୁ ରାସ୍ତାକଡ଼କୁ ନେବାକୁ ମନା କରିବା ସହ ଟ୍ରାଫିକ୍‌ ପୁଲିସଙ୍କୁ ଗାଳି ଦେଇଥିଲେ। ଏପରିକି ‌ଜଣେ କନେଷ୍ଟବଳଙ୍କୁ ଧକ୍କା ମାରିଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ ବି କହିଛନ୍ତି। ପରେ ପୁଲିସ ତାଙ୍କ ନାଁରେ ମାମଲା ରଜୁ କରିଛି ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add