Tuesday, July 23, 2024

Logo
Loading...
google-add
Music Road

ରାସ୍ତାରେ ଗାଡ଼ି ଗଡ଼ିଲେ ବାଜୁଛି ମ୍ୟୁଜିକ୍ 

Editor | 15:20 PM, Sat Jul 29, 2023

ନ୍ୟୁଜ ୩୬୫ (ବ୍ୟୁରୋ): ଦୁନିଆରେ ଯେତେ ବାଟ ବୁଲିଲେ ବି ଆମକୁ ଥକ୍କା ଲାଗେନି । ସେହି ଅଞ୍ଚଳର ରାସ୍ତା ଆମ ମନକୁ ଆନନ୍ଦିତ କରିଦିଏ । ସେହି ସୁଲୁସୁଲିଆ ପବନ , ସବୁଜ ଗଛ ପତ୍ର, ଫୁଲର ମହକ ହୃଦୟକୁ ବିମୋହିତ କରିଦିଏ । ଆପଣ ଅନେକ ସ୍ଥାନ ବୁଲିଥିବେ । ଅନେକ ରାସ୍ତା ଦେଇ ଯାତାୟାତ କରିଥିବେ । ହେଲେ ଆପଣ ଜାଣିଛନ୍ତି କି , ବିଶ୍ୱରେ ଏମିତି ଏକ ରାସ୍ତା ଅଛି ଯେଉଁ ରାସ୍ତାରେ ଗାଡି ଚଲେଇଲେ ସେଥିରୁ ମ୍ୟୁଜିକ୍ ବାହାରିଥାଏ । 

ହଁ ଦର୍ଶକବନ୍ଧୁ ହଙ୍ଗେରୀରେ ଏକ ମ୍ୟୁଜିକାଲ୍ ରୋଡ୍  ଅଛି ।ଯଦି କୌଣସି ଯାନ ବାହାନ ଏହି ରାସ୍ତାରେ ସାଧାରଣ ବେଗରେ ଗତି କରେ, ତେବେ ସେଥିରୁ ଏକ ପ୍ରକାର ସଂଗୀତ ବାହାରିଥାଏ । ହଙ୍ଗେରୀ ଟୁଡେ ଅନୁଯାୟୀ ଏହାକୁ ‘ରୋଡ୍ ୩୭’ କୁହାଯାଏ । ଏହା ଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ । ଯାହା ସ୍ଲୋଭାକିଆ ସୀମାରେ 'ଫେଲସୋଜସୋଲକା ଠୁ ସତରଲୋଜିଜେଲି' ପର୍ୟ୍ୟନ୍ତ ରହିଥାଏ । ଏହା ପ୍ରସିଦ୍ଧ ଟୋକାଜ୍ ଅଞ୍ଚଳ ଦେଇ ଗତି କରିଥାଏ । 

ସୂଚନାଅନୁଯାୟୀ, ଯେତେବେଳେ ଯାନଟି ସଠିକ୍ ବେଗରେ ରାସ୍ତା ଅତିକ୍ରମ କରେ, ‘ଏରିକ୍ ଏକ ସୋଜୋ’ ନାମକ ଏକ ସଙ୍ଗୀତ ବାଜିଥାଏ । ଦୁଇ ବର୍ଷ ପୂର୍ବେ ହଙ୍ଗେରୀର ସୋମୋଗି କାଉଣ୍ଟିରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା ଏବଂ ପରେ ଏହି ଖବର ବ୍ୟାପକ ରୂପେ ସାମ୍ନାକୁ ଆସିଥିଲା ।ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଟ୍ୱିଟରରେ ପୋଷ୍ଟ ହେବା ପରଠାରୁ ଏହା ୧୫ ମିଲିୟନରୁ ଅଧିକ ଭ୍ୟୁ ଏବଂ ପାଖାପାଖି ୧.୫ ଲକ୍ଷ ଲାଇକ୍ ପାଇଛି । 

ହେଲେ ଏହି ରାସ୍ତାର ଗତି ସୀମା ହେଉଛି ୮୦ କିଲୋମିଟର । ଏହାର ଏକ ଆସଫାଲ୍ଟ ରୁଟ୍ ଅଛି । ଯେଉଁଠାରେ ଗୋଟିଏ କାର ସାଧାରଣ ବେଗରେ ଗଲାବେଳେ ରାସ୍ତା ଏବଂ ଟାୟାର ମଧ୍ୟରେ ଘର୍ଷଣ ହେବାଫଳରେ ସେଥିରୁ ଏକ ସ୍ୱର ବାହାରିଥାଏ । ଯଦି ଜଣେ ଡ୍ରାଇଭର ଅତ୍ୟଧିକ ଦ୍ରୁତ ଗତିରେ କିମ୍ବା ଅତ୍ୟଧିକ ମନ୍ଥର ଗତିରେ ଗାଡି ଚଲାଏ ତେବେ ସେଥିରୁ ସଙ୍ଗୀତ ବାହାରି ନଥାଏ ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add