ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
ଲଦାଖରେ ଭୂକମ୍ପ ଝଟକା: କୌଣସି କ୍ଷୟକ୍ଷତିର ସୂଚନା ନାହିଁ
ଓଡ଼ିଶା 365 (ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କାରେ ଭୁକମ୍ପ ଅନୁଭୂତ ହୋଇଥିବା ବେଳେ ଅନ୍ୟପାଟେ ଆଜି ଲଦାଖରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଲଦାଖର କାର୍ଗିଲ ନିକଟରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ଆଜି ଦ୍ବିପ୍ରହର ସମୟରେ ଲଦାଖର କାର୍ଗିଲ ନିକଟରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲଠାରୁ ୩୧୪ କିମି ଉତ୍ତର-ଉତ୍ତରପଶ୍ଚିମରେ ଥିଲା। ଭାରତୀୟ ସମୟାନୁସାରେ ଦିନ ୧ଟା ୦୮ରେ ଭୂପୃଷ୍ଠରୁ ୨୦ କିମି ଗଭୀରତାରେ ଭୂକମ୍ପ ହୋଇଥିଲା।
Trending Tag