Thursday, December 05, 2024

Logo
Loading...
google-add

ଇସ୍ରାଏଲ୍‌ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ

| 18:10 PM, Wed Nov 01, 2023

ଓଡ଼ିଶା 365 (ବ୍ୟୁରୋ) : ଗାଜାରେ ମୃତ୍ୟୁ ସଂଖ୍ୟା ବଢୁଛି ଧ୍ୱଂସର ଲିଳୀ ଦେଖୁଛି ସାରା ବିଶ୍ୱ। ଏହାରି ମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧକୁ ବିତିଛି ୨୬ ଦିନ। ଯୁଦ୍ଧ ୨ୟ ପର୍ଯ୍ୟାୟରେ ପହଞ୍ଚିଛି। ସ୍ରାଏଲ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିବା ପରେ ଏବେ ରକ୍ତମୁଖା ହୋଇପଡିଛି ହମାସ୍। ଗାଜା ଷ୍ଟ୍ରିପ୍‌ରେ ଥିବା ହମାସ ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ କରି ଇସ୍ରାଏଲ ଘନ ଘନ ରକେଟ ମାଡ଼ କରୁଛି। ତାହା ସହ ଗ୍ରାଉଣ୍ଡ ଆଟାକ୍‌ ମଧ୍ୟ ଆରମ୍ଭ କରି ଦେଇଛି ଇସ୍ରାଏଲ। ଏହାର ଭିତରେ ଏବେ ଏହି ଯୁଦ୍ଧକୁ ଡେଇଁଛି ୟେମେନ। ୟେମେନର ହାଉତି ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍‌ ଦୂରରେ ଥିବା ହାଉତି ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ କରିଛନ୍ତି। ଫଳରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହାଉତି ସରକାରରେ ପ୍ରଧାନମନ୍ତ୍ରୀ ଥିବା ଅବଦେଲ ଅଜିଜ ବିନ୍‌ ହବତୁର କହିଛନ୍ତି, ଆମେ ଆମ ଲୋକଙ୍କୁ ଗାଜାରେ ମରିବାକୁ ଛାଡି ପାରିବୁ ନାହିଁ। ଯଦି ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ନ ଥମେ ତେବେ ଇସ୍ରାଏଲ ଉପରେ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରାଯିବ ବୋଲି ହାଉତି ବିଦ୍ରୋହୀମାନେ ଧମକ ଦେଇଛନ୍ତି ।

ଇରାନ୍‌ ସହାୟତାପ୍ରାପ୍ତ ଏକ୍ସିସ୍‌ ଅଫ୍‌ ରେଜିଷ୍ଟାନ୍ସର ହାଉତି ମାନେ ଅକ୍ଟୋବର ୭ ତାରିଖରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରିଆସୁଛନ୍ତି। ହାଉତି ସେନା ମୁଖପାତ୍ର ୟାହା ସାରୀ ନିଜ ବୟାନରେ କହିଛନ୍ତି, ତାଙ୍କ ସଙ୍ଗଠନ ଇସ୍ରାଏଲ୍‌ ଆଡ଼କୁ ବହୁସଂଖ୍ୟକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ପାଲେଷ୍ଟିନୀୟଙ୍କୁ ବିଜୟୀ କରାଇବାରେ ସାହାଯ୍ୟ କରିବା ଲାଗି ଏଭଳି ଆକ୍ରମଣ ବାରମ୍ବାର କରାଯିବ ବୋଲି ସେ କହିଛନ୍ତି। ସେପଟେ ବିଜୟ ନମିଳିବା ଯାଏ ଇସ୍ରାଏଲ ଲଢେଇ ଜାରି ରଖିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ଗାଜାରେ ଇସ୍ରାଏଲ ସେନା ବିଧ୍ୱଂସୀଲୀଳା ରଚୁଛି। ହମାସ ବିପକ୍ଷରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବା ସହ ଗାଜାକୁ ୩ ପାଶ୍ୱର୍ରୁ ଘେରି ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ସେନା । ଅନ୍ୟପଟେ ଗାଜା ସହରରେ ଇସ୍ରାଏଲ ଟ୍ୟାଙ୍କ୍ ପ୍ରବେଶ କରିବା ସହ ୬୦୦ ହମାସ୍‌ ଆଡ଼ାରେ ଉପରେ ଆକ୍ରମଣ ସହ,୫୦ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ। ଯୁଦ୍ଧ ଗତି ଆଗକୁ କେଉଁ ମୋଡ଼ ନେବ,କେବେ ଯୁଦ୍ଧ ଶେଷ ହେବ ଆଶାଆଶଙ୍କା ମଧ୍ୟରେ ରହିଛନ୍ତି ବିଶ୍ୱବାସୀ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add