Sunday, November 10, 2024

Logo
Loading...
google-add

ଆନ୍ଧ୍ରରେ ଟ୍ରେନ୍ ଟ୍ରାଜେଡି; ୧୪ ଛୁଇଁଲା ମୃତକଙ୍କ ସଂଖ୍ୟା

| 11:57 AM, Mon Oct 30, 2023

ଓଡ଼ିଶା 365 (ବ୍ୟୁରୋ) : ବାହାନଗା ଟ୍ରେନ୍ ଟ୍ରାଜେଡି କଥା ମନରୁ ନ ଲିଭୁଣୁ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମା ଆଲମଣ୍ଡା ନିକଟରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୪ ଛୁଇଁଥିବାବେଳେ ଆହତଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ରହିଛି। ରେଳଦୁର୍ଘଟଣା ପ୍ରଭାବିତ ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି, ଯାତାୟତ ପାଇଁ ବସର ବ୍ୟବସ୍ଥା ହୋଇଛି, ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜୁଛି ରେଳବାଇ। ପ୍ରାଥମିକ ତଦନ୍ତରୁ ସିଗନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିବାବେଳେ । ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ବୋଲି ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି । ଟ୍ରେନ୍‌ ଦୁର୍ଘଟଣା ଯୋଗୁ ୩୩ଟି ଟ୍ରେନକୁ ବାତିଲ୍ କରାଯିବା ସହ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଆକ୍ସିଡେଣ୍ଟି ରିଲିଫ୍ ଟ୍ରେନ୍ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କରାଯାଉଛି । ଏଥିରେ ୯ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ମଧ୍ୟ ରହିଛନ୍ତି ।

ବିଶାଖାପାଟନାମ୍-ରାୟଗଡ଼ା ପାସେଞ୍ଜର ସିଗନାଲ ପାର୍ କରି ବିଶାଖାପାଟନମ୍-ପଲାସା ପାସେଞ୍ଜରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୬ଟି ବଗି ଲାଇନଚ୍ୟୁତ ହୋଇଥିଲା । ରେଳ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ମୃତକଙ୍କ ପରିବାର ଲାଗି ଆନ୍ଧ୍ର ସରକାର ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦୀ । ଦୁର୍ଘଟଣା ସଂପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ନିୟନ୍ତ୍ରଣଧୀନ ରହିଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ୨୦୨୩ ଭାରତୀୟ ରେଳ ଲାଗି ଅଶୁଭ ବର୍ଷ ସାବ୍ୟସ୍ତ ହୋଇଛି। କହିବାକୁ ଗଲେ ପିଛା ଛାଡୁନି ରେଳ ଦୁର୍ଘଟଣା ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add