ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
ଇସ୍ରାଏଲ ହାମଲାରେ ହମାସ ଥରହର; ଟଳୁଛନ୍ତି ହମାସ ମୋଷ୍ଟଓ୍ୱାଣ୍ଟେଡ ଆତଙ୍କୀ
ଓଡ଼ିଶା 365 (ବ୍ୟୁରୋ) : ଇସ୍ରାଏଲ ଯୁଦ୍ଧକୁ ବିତିଛି ୨୧ଦିନ। ଏହାରି ମଧ୍ୟରେ ଇସ୍ରାଏଲ ଯୁଦ୍ଧକୁ ଜୋରଦାର କରିଛି । ଗାଜା ସହର ଭିତରେ ପଶି ଆକ୍ରମଣ କରୁଛି ଟ୍ୟାଙ୍କ । ଇସ୍ରାଏଲ ଆଇଡିଏଫ୍’ର ଜେଟ୍ ଏୟାର ଷ୍ଟ୍ରାଇକରେ ୩ଜଣ ହମାସ୍ ଆତଙ୍କବାଦୀ କମାଣ୍ଡର୍ଙ୍କ ନିହତ ହୋଇଛନ୍ତି । ଅକ୍ଟୋବର ୭ ତାରିଖ ଦିନ କରାଯାଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଏହି କମାଣ୍ଡର୍ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଆତଙ୍କବାଦୀମାନଙ୍କୁ ରଣନୀତି କରି ମାରିଛି ଇସ୍ରାଏଲ ସେନା । ଇସ୍ରାଏଲୀ ସେନା ୩ ନିହତ ଆତଙ୍କବାଦୀଙ୍କର ଫଟୋ ମଧ୍ୟ ରିଲିଜ୍ କରିଛି। ସେମାନେ ହେଉଛନ୍ତି, ଇବ୍ରାହିମ୍ ଜାଦବା, ରିଫାତ୍ ଆବାସ୍ ଓ ତାରେକ୍ ମାରୌଫ୍। ହମାଶ ଉପରେ ଆକାଶ ମାର୍ଗରୁ ଏୟାର ଷ୍ଟ୍ରାଇକ କରୁଛି ଇସ୍ରାଏଲ ବାୟୁସେନା । ସେପଟେ ଗାଜା ସ୍ଥଳ ମାର୍ଗରେ ଟ୍ୟାଙ୍କ ମାଧ୍ୟମରେ ଗାଜା ଷ୍ଟ୍ରିପ୍ରେ ଉପରେ କରିଛି ଭୟାନକ ସର୍ଜିକାଲ ଷ୍ଟ୍ରାଇକ୍ । ଫଳରେ ଗାଜାରେ ହମାସ ଆତଙ୍କବାଦୀ ଛତ୍ରଭଙ୍ଗ ଦେଉଥିବା କୁହାଯାଉଛି । ମୃତକଙ୍କ ସଂଖ୍ୟା ୭ ହଜାର ଡେଇଁଛି ।
ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ତା’ର ଆକ୍ରମଣକୁ ଜୋରଦାର କରିଛି। ଇସ୍ରାଏଲ ହମଲାରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ଟପ କମାଣ୍ଡର ହାସନ ଅଲ ଅବଦଲ୍ଲାର ମୃତ୍ୟୁ ଘଟିଥିବା ମଧ୍ୟ କୁହାଯାଉଛି । ଇସ୍ରାଏଲ ଏୟାରଫୋର୍ସ କହିଛି ନିହତ ହୋଇଥିବା ହାସନ ଅଲ ଅବଦଲ୍ଲା ହମାସର କମାଣ୍ଡର ଭାବେ କାମ କରୁଥିଲା। ହମାସର ଉତ୍ତର ଭାଗରେ ଥିବା ଖାନ ୟୁନିସ ରକେଟ ପେଣ୍ଠର ମୁଖ୍ୟ ରହିଥିଲା। ସେ ଗାଜାରେ ଲୁଚି ରହିଥିବା,ସ୍ଥାନ ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା। ହାସନ ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନେକ ହମାସ ଆତଙ୍କବାଦୀ ଓ ସେମାନଙ୍କର କ୍ୟାମ୍ପ ମଧ୍ୟ ଧ୍ୱଂସ ହୋଇଛି। କିନ୍ତୁ ସେପଟେ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନେକ ଛୋଟ ପିଲାଙ୍କ ସମେତ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି କରିଛି ।
ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା ପଟ୍ଟିରେ ପ୍ରବେଶ କରି ହମାସର ଠିକଣାକୁ ନଷ୍ଟ କରିଥିବା ଆଇଡିଏଫ୍ ଦାବି କରିଛି। ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ରକ୍ତମୁଖା ହୋଇପଡିଛି। ଗାଜା ଷ୍ଟ୍ରିପ୍ରୁ ହମାସ ସମୂଳେ ଧ୍ୱଂସ କରିବା ପାଇଁ ଘନ ଘନ ଆକ୍ରମଣ କରୁଛି। ଏହାରି ଭିତରେ ଏବେ ଇସ୍ରାଏଲ ସେନା ଗାଜା ଭିତରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା କଥା ସାମ୍ନାକୁ ଆସିଛି। କେବଳ ସେତିକି ନୁହେଁ ଇସ୍ରାଏଲର ୨୨୦ ନାଗରିକଙ୍କୁ ହମାସ ପଣବନ୍ଦୀ କରି ରଖିଛି। ଏହାର ଜବାବରେ ଏବେ ଇସ୍ରାଏଲ ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି। ହମାସକୁ ସଂପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଇସ୍ରାଏଲ ପଣ କରିଛି । ସେପଟେ ଗାଜାକୁ ମାନବିୟ ସହାୟତା ପ୍ରଦାନ ପାଇଁ ବିଶ୍ୱ ନେତାମାନେ ଯୁଦ୍ଧ ରୋକିବାକୁ ଚାପ ପକାଉଛନ୍ତି । ମୁସଲିମ ଦେଶ ସିଜଫାୟାର ପାଇଁ କହୁଛନ୍ତି । ଇସ୍ରାଏଲ ସିଜଫାୟାର କରୁଛି ନା ଆକ୍ରମଣକୁ ଜୋରଦାର କରୁଛି ଦେଖିବାକୁ ବାକି ରହିଲା ।
Trending Tag