Thursday, January 23, 2025

Logo
Loading...
google-add

ଯୁଦ୍ଧ ବିରାମ ପ୍ରସ୍ତାବକୁ ସମର୍ଥନ କଲାନାହିଁ ଭାରତ

| 17:38 PM, Sat Oct 28, 2023

ଓଡ଼ିଶା 365 (ବ୍ୟୁରୋ) : ଇସ୍ରାଏଲ-ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଇସ୍ରାଏଲ ହମାସ ଉପରେ ଏୟାର ଷ୍ଟ୍ରାଇକ କରୁଥିବା ବେଳେ ଗାଜାରୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ରକେଟ ମାଡ କରୁଛନ୍ତି । ହମାସ ଆତଙ୍କବାଦୀମାନେ ଗରିଲା ଯୁଦ୍ଧ କରି ଇସ୍ରାଏଲ ସେନାର କ୍ଷତି ଘଟାଉଛନ୍ତି । ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ହତ୍ୟା କରୁଛନ୍ତି । ସେପଟେ ଇସ୍ରାଏଲ ଆକ୍ରମଣରେ ଗାଜାରେ ସାଧାରଣ ଲୋକଙ୍କ ଜୀବନ ଯାଉଥିବା ଆରବ ମୁସଲିମ ଦେଶମାନେ ଅଭିଯୋଗ କରୁଛନ୍ତି । ହମାସର ଦୋଷ ପାଇଁ ସାଧାରଣ ଲୋକ କଣ ପାଇଁ ଦଣ୍ଡ ପାଇବେ ସେ ନେଇ ମିଳିତ ଜାତିସଂଘରେ ଘନ ଘନ ଆଲୋଚନା ଚାଲିଛି ।

ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷା ନିମନ୍ତେ ଜାତିସଂଘରେ ଆରବ ଦେଶମାନେ ଆଣିଥିବା ପ୍ରସ୍ତାବ ବେଳେ ଭୋଟରୁ ଭାରତ ଦୂରଇ ରହିଛି । କାରଣ ହେଉଛି ହମାସକୁ ଏହି ପ୍ରସ୍ତାବରେ ଆତଙ୍କବାଦୀ ସଂଗଠନ ଭାବେ କୁହାଯାଇନାହିଁ କି, ଅକ୍ଟୋବର ୭ରେ ହମାସ କରିଥିବା ଆକ୍ରମଣକୁ ନିନ୍ଦା କରାଯାଇନାହିଁ । ଯୁଦ୍ଧ ତୁରନ୍ତ ବନ୍ଦ କରିବା ପାଇଁ ଯୋଡାନ ମିଳିତ ଜାତିସଂଘରେ ପ୍ରସ୍ତାବ ଆଣିଥିଲା । ଯାହାକୁ ନେଇ ଆମେରିକା ଏହି ପ୍ରସ୍ତାବ ଉପରେ ସଂଶୋଧନ ଚାହିଁଥିଲା । ଭାରତ ମଧ୍ୟ ଏଥିରେ ସଂଶୋଧନ ଚାହିଁଥିଲା ତେବେ ଆରବ ଦେଶମାନେ ଏହି ସଂଶୋଧନକୁ ନାକଚ କରିଦେଇଥିଲେ । ଜାତିସଂଘସରେ ଭାରତ ନିଜର ପ୍ରତିକ୍ରିୟା ସ୍ପଷ୍ଟ ଭାବେ ରଖିସାରିଛି । ଇସ୍ରାଏଲ୍‌ରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି ଭାରତ । ପଣବନ୍ଦୀ ରଖାଯାଇଥିବା ଲୋକମାନଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ମତ ଦେଇଛି ଭାରତ। ଏହି ସଙ୍କଟର ସମାଧାନ ଆବଶ୍ୟକ ବୋଲି କହିଛି ଭାରତ ।

ଭାରତ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ଦୁଇଟି ସ୍ୱାଧୀନ ରାଷ୍ଟ୍ର ଭାବେ ରହିବାକୁ ସମର୍ଥନ କରିଛି । ହିଂସା ପରିହାର କରି ଶାନ୍ତି ରାଜିନାମା ପାଇଁ ଭାରତ ଦୁଇ ଦେଶକୁ ଅନୁରୋଧ କରିଛି । ତେବେ ଜୋର୍ଡାନ୍‌ ଆଗତ କରିଥିବା ଗାଜାର ସାଧାରଣ ଲୋକଙ୍କ ସୁରକ୍ଷା ଚିନ୍ତା ଏବଂ ଯୁଦ୍ଧ ବିରାମ ଭୋଟରୁ ବିରତି ରହିଛି ଭାରତ । ଏହି ପ୍ରସ୍ତାବକୁ ଆରବ ଦେଶମାନେ ସମର୍ଥନ କରିଥିବା ବେଳେ ଆମେରିକା ସମେତ ୟୁରୋପ ଦେଶ ସମର୍ଥନ କରିଛନ୍ତି । ସାଧାରଣ ନାଗରିକମାନଙ୍କର ସୁରକ୍ଷା ଏବଂ ଆଇନଗତ ଓ ମାନବୀୟ ପ୍ରତିବଦ୍ଧତା ସୁଦୃଢ଼ ରଖିବା ଶୀର୍ଷକ ଏହି ପ୍ରସ୍ତାବନା ସପକ୍ଷରେ ୧୨୦ଟି ରାଷ୍ଟ୍ର ଭୋଟ୍‌ ଦେଇଥିବା ବେଷଳେ ୧୪ଟି ରାଷ୍ଟ୍ର ଏହା ବିପକ୍ଷରେ ଭୋଟ୍‌ ଦେଇଥିଲେ। ସେହିପରି ୪୫ଟି ରାଷ୍ଟ୍ର ଭୋଟ୍‌ ଦେବାରୁ ବିରତ ଥିଲେ। ତେବେ ଇସ୍ରାଏଲ ହମାସକୁ ଧ୍ୱଂସ କରିବାକୁ ଶପଥ ନେଇଛି । ଗତ ଏକ ସପ୍ତାହ ଧରି ହମାସ ଉପରେ ତୀବ୍ର ଆକ୍ରମଣ କରୁଛି ଇସ୍ରାଏଲ ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add