Thursday, December 05, 2024

Logo
Loading...
google-add

ଇସ୍ରାଏଲ-ହମାସ ଯୁଦ୍ଧକୁ ୨୪ ଦିନ; ଚିନ୍ତାରେ ବିଶ୍ୱବାସୀ

| 17:31 PM, Mon Oct 30, 2023

ଓଡ଼ିଶା 365 (ବ୍ୟୁରୋ) : ଗଢୁଛି ଦିନ,ବଢୁଛି ବିଶ୍ୱଚିନ୍ତା। ଦିନକୁ ଦିନ ବ୍ୟାପକ ହେଉଛି ଯୁଦ୍ଧର ଭୟବହତା। ଏହାରି ମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧକୁ ବିତିଛି ୨୪ ଦିନ। ଯୁଦ୍ଧରେ ୨ଦେଶ ମଧ୍ୟରେ ମୃତ୍ୟୁସଂଖ୍ୟା ୯ ହଜାର ଟପିଲାଣି। କେବେ ଯୁଦ୍ଧ ବନ୍ଦ ହେବ କେବେ ଶାନ୍ତି ଫେରିବ ଏନେଇ ଚିନ୍ତାରେ ରହିଛନ୍ତି ସାଧାରଣ ଜନତା। ଏହାରି ମଧ୍ୟରେ ଭିକ୍ଟିମ୍ କାର୍ଡ ଖେଳୁଛି ହମାସ୍। ଡାକ୍ତରଖାନାରେ ଆକ୍ରମଣ ଘଟଣା ହେଉ ଅବା ଯୁଦ୍ଧରେ ପିଲାମାନଙ୍କ ମୃତ୍ୟୁକୁ ନେଇ ଭିକ୍ଟିମ କାର୍ଡ ଖେଳୁଛି, ଯୁଦ୍ଧ ବନ୍ଦ ପାଇଁ ମଧ୍ୟ ଦାବି କରୁଛି ହମାସ। ସେପଟେ ପାଲେଷ୍ଟାଇନ ହମାସ ପାଇଁ ଜାତିସଂଘରେ ଓକିଲାତି କରୁଛି। ତେବେ ଇସ୍ରାଏଲ ଏଥିପ୍ରତି ଧ୍ୟାନ ନଦେଇ ଆକ୍ରମଣ ଜାରି ରଖିଛି।ମୁସଲିମ ରାଷ୍ଟ୍ରମାନେ ହମାସକୁ ସହାୟତା ଯୋଗାଇବା ସହ ଇସ୍ରାଏଲ ଯୁଦ୍ଧ ବନ୍ଦ କରୁବୋଲି ଦାବି କରିଛନ୍ତି।

ଦେଶବାସୀଙ୍କୁ ଉଦବୋଧନ ଦେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯୁଦ୍ଧ ୨ୟ ପର୍ଯ୍ୟାୟରେ ପହଞ୍ଚିଛି ଏହା ଲମ୍ବା ଅବଧି ପର୍ଯ୍ୟନ୍ତ ଚାଲିବା କଷ୍ଟକର ହେବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିଜ ଦେଶବାସୀଙ୍କୁ ଏଭଳି କିଛି ଉଦବୋଧନ ଦେବା ପରେ କେବଳ ପାଲେଷ୍ଟାଇନରେ ନୁହେଁ ବରଂ ପୁରା ବିଶ୍ୱରେ ଛନକା ପଶିଛି । ଗାଜାରେ ଇସ୍ରାଏଲ ବିଧ୍ୱଂସୀଲୀଳା ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବା ସଙ୍କେତ ଆହୁରି ଭୟ ବଢ଼ାଇଛି । ଇସ୍ରାଇଲ ସେନାଙ୍କ ଗାଜା ସ୍ଥଳ ଭାଗରେ ପ୍ରବେଶ କରସାରିଛି। ଜଳ, ସ୍ଥଳ ଓ ବାୟୁ ତିନି ଦିଗରୁ ଇସ୍ରାଇଲ ଆକ୍ରମଣକୁ କରିଛି ଜୋରଦାର।

ଇସ୍ରାଇଲର ଲକ୍ଷ୍ୟ ହେଉଛି ଶତ୍ରୁକୁ ହରାଇବା ସହ ଶତ୍ରୁମାଟିରେ ନିଜ ଅସ୍ତିତ୍ୱକୁ ଜାହିର କରିବା । ଆମେ ବିଜୟୀ ହେବା ବୋଲି ଆହ୍ନାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ତେବେ ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରି ଗ୍ରାଉଣ୍ଡ ଅପରେସନ ଜୋରଦାର କରିଥିବା ବେଳେ ଏହାରି ମଧ୍ୟରେ କିଛି ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଇସ୍ରାଏଲ ସେନା ଗାଜାରେ କିଛି ଅଞ୍ଚଳରେ ଇସ୍ରାଇଲ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ସେପଟେ ଇସ୍ରାଏଲ ହମାସର ୧୫୦ ଅଣ୍ଡର ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କରିଥିବା ଦାବି କରିଛି। ଗ୍ରାଉଣ୍ଡ ଅପରେସନ ବେଳେ ଇସ୍ରାଏଲ ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି।। ଚାରିପୁଟି ଇସ୍ରାଏଲ ଗାଜାକୁ ଘେରି ରହିଛି। ସେପଟେ ଜାତି ସଙ୍ଘର ଦୋମୁହାଁ ନୀତି ମଧ୍ୟ ସାମ୍ମାକୁ ଆସିଛି, ଏପଟେ କିଛି କ୍ଷେତ୍ରରେ ଜାତିସଙ୍ଘ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଗାଜ କ୍ଷେତ୍ରରେ ହମସା ମଧ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add