Wednesday, March 26, 2025

Logo
Loading...
google-add

ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ଇସ୍ତଫା ଦେଲେ ନୀତା ଅମ୍ବାନୀ

| 12:50 PM, Thu Sep 28, 2023

ଓଡ଼ିଶା 365 (ବ୍ୟୁରୋ) : ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନରେ ଇଶା ଅମ୍ବାନିଙ୍କୁ ନିଯୁକ୍ତ କରାଯାଇଛି। ଆରଆଇଏଲ ବୋର୍ଡର ନିର୍ଦେଶକ ମଣ୍ଡଳୀରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀଙ୍କ ନିଯୁକ୍ତିର ସୁପାରିଶ କରାଯାଇଛି। ନୀତା ଅମ୍ବାନୀ ବୋର୍ଡରୁ ହଟି ଯିବେ । ବୋର୍ଡ ଅଫ୍ ଡାଇରେକ୍ଟର୍ସ ଆର.ଆଇ.ଏଲ୍ ର ଅଂଶୀଦାରମାନଙ୍କ ଅନୁମୋଦନ ପରେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଇଶା ଏମ୍. ଅମ୍ବାନୀ, ଆକାଶ ଏମ୍. ଅମ୍ବାନୀ ଓ ଅନନ୍ତ ଏମ୍. ଅମ୍ବାନୀଙ୍କ ନିଯୁକ୍ତି ଉପରେ ବିଚାର କରାଯିବ ।

ଅଂଶୀଦାରମାନେ ଏହି କଥା ଉପରେ ସେମାନଙ୍କ ସମ୍ମତି ପ୍ରଦାନ କରିଥିଲେ। ସେପଟେ ଇଶା, ଆକାଶ ଓ ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ସାମିଲ ହେବା ସହିତ ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଯଦିଓ ସେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଭାବରେ କାର୍ଯ୍ୟ ଜାରି ରଖିବେ। ଅମ୍ବାନୀ ପରିବାରର ଆଗାମୀ ପିଢ଼ି ଇଶା, ଆକାଶ ଓ ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଅଫ୍ ଡାଇରେକ୍ଟର୍ସ ବୋର୍ଡରେ ସାମିଲ କରାଯାଇଛି।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add