Tuesday, July 23, 2024

Logo
Loading...
google-add

ଅଖଣ୍ଡତାର ପ୍ରତୀକ; ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ

| 11:14 AM, Tue Oct 31, 2023

ଓଡ଼ିଶା 365 (ବ୍ୟୁରୋ) : ସେ ଲୌହ ମାନବ, ସଂଗ୍ରାମୀ ପୁରୁଷ,ଭାରତ ମାଆର ସୁଯୋଗ୍ୟ ସନ୍ତାନ, ଏକତା, ଅଖଣ୍ଡତାର ପ୍ରତୀକ ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଯାହାଙ୍କର ତ୍ୟାଗ ବଳିଦାନ ଅତୁଳନୀୟ। ତାଙ୍କ ଜନ୍ମ ଜୟନ୍ତୀରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ । ଦେଶବାସୀ ତାଙ୍କ ଏକତାକୁ ମନେ ପକାଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର ୟୁନିଟି ଗଣଦୌଡ ଦେଖିବାକୁ ମିଳିଛି । ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ତାଙ୍କ ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନ୍ୟପଟେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାରେ ନିଜକୁ ସମର୍ପିତ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ଶପଥ ପାଠ କରାଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।ପ୍ରଥମ ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ଓ ଜାତି ପାଇଁ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରି ଭାରତୀୟଙ୍କ ହୃଦୟରେ ଘର କରିରହିଛନ୍ତି ।

ରିପବ୍ଲିକ୍‌ ଅଫ୍‌ ଇଣ୍ଡିଆର ସେ ଥିଲେ ପ୍ରତିଷ୍ଠାତା । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଭାରତର ଏକତା ଏବଂ ସମୃଦ୍ଧତା । ତାଙ୍କର ଦୃଢ ଇଚ୍ଛାଶକ୍ତି, ରାଜନୈତିକ ଜ୍ଞାନ ଏବଂ କଠିନ ପରିଶ୍ରମ ସହିତ ସେ ଖଣ୍ଡବିଖଣ୍ଡିତ ଭାରତକୁ ସଂଗଠିତ ରାଷ୍ଟ୍ର କରିବା ପାଇଁ କାର୍ଯ୍ୟ କରିଥିଲେ। ଦେଶ ପାଇଁ ସର୍ଦ୍ଦାର ସାହେବଙ୍କ ଉତ୍ସର୍ଗୀକୃତ ଜୀବନ ଏବଂ ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବରେ ତାଙ୍କର ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ୧୮୭୫, ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର। ବ୍ରିଟିଶ ଶାସନରୁ ଦେଶକୁ ସ୍ୱାଧୀନ କରିବାରେ ତାଙ୍କ ଅବଦାନ ଥିଲା ଅତୁନୀୟ।୧୯୯୧ରେ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଆଜିବି ତାଙ୍କ ଏକତା ମନୋଭାବ ଯୁବ ପିଢିଙ୍କୁ ପ୍ରେରଣା ଦେଉଛି ଓ ଆଗକୁ ଯିବାକୁ ବାଟ କଢାଉଛି ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add