Tuesday, July 23, 2024

Logo
Loading...
google-add
Zarine khan

ସମାନ ଚେହେରା ପାଇଁ ଜରିନ୍ ଖାନଙ୍କୁ ମିଳୁନି ଫିଲ୍ମ

Editor | 12:10 PM, Sat Jul 29, 2023

ନ୍ୟୁଜ ୩୬୫ (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ ଷ୍ଟାର । ସେମାନଙ୍କ ଲାଇଫ୍ ଷ୍ଟାଇଲ୍ ବିଷୟରେ ଜାଣିବା ପାଇଁ ପ୍ରଶଂସକ ମାନେ ସବୁବେଳେ ଚାହିଁ ରହିଥାନ୍ତି । ଷ୍ଟାରମାନେ ବି ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଆକ୍ସ ମି କ୍ୱୋଚିନ୍ ସେସନ କରନ୍ତି । ଏହି ଲୋକପ୍ରିୟ ପ୍ଲାଟଫର୍ମ ରେଡ୍ଡିଟରେ ଅଭିନେତ୍ରୀ ଜରିନ ଖାନ ତାଙ୍କ ପ୍ରଶଂସକଙ୍କ ଆଗରେ କରିଥିଲେ ଏକ ବଡ଼ ଖୁଲାସା । ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ନେଇ ଜରିନ୍ ଖାନ୍ ଙ୍କ ବ୍ୟକ୍ତିଗତ ଓ କ୍ୟାରିୟର ଜୀବନରେ କିଛି ରହସ୍ୟ ରହିଛି । କ୍ୟାଟ୍ରିନାଙ୍କ ସହ ଜରିନଙ୍କୁ ତୁଳନା ତାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇଥିଲା । 

ସୂଚନାଅନୁଯାୟୀ, ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଚଳଚିତ୍ର ଭୀର ସଲମାନ୍ ଖାନଙ୍କ ସହ ଜରିନ୍ ଖାନଙ୍କୁ ବାଛିଥିଲେ । ପ୍ରଥମ ଚଳଚିତ୍ରରେ ଜରିନ ଦେଖାଇଥିଲେ କ୍ୟାଟ୍ରିନାଙ୍କ ଝଲକ । ପ୍ରଥମ ଝଲକରେ ଦର୍ଶକଙ୍କର ମନ କିଣିନେଇଥିଲେ ଜରିନ୍ । ଜରିନ୍ କହିଛନ୍ତି ଯେ,କ୍ୟାଟ୍ରିନାଙ୍କ ସହ ତାଙ୍କ ତୁଳନାକୁ ନେଇ ମୁଁ ପ୍ରଥମେ ଖୁସି ହୋଇଥିଲି , ହେଲେ ଏହା  ମୋ କ୍ୟାରିୟରକୁ କ୍ଷତି ପହଞ୍ଚାଇଥିଲା ।  ସେ ଏହା ମଧ୍ୟ କହିଛନ୍ତି ଯେ , ମୁଁ ଯେତେବେଳେ ବଲିଉଡ୍କୁ ଆସିଥିଲି ସେତେବେଳେ ମୁଁ ଏହା ଜାଣିନଥିଲି । ପରେ ଜାଣିଲି ଯେ ଏହା ନକରାମକ ପ୍ରଭାବ ପକାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତିଭା ଅପେକ୍ଷା ବଲିଉଡ୍ରେ ବନ୍ଧୁତାକୁ ଅଧିକ ଗୁରୁତ୍ୱ ଦିଆଯ।।ଏ । ଯାହା ମୋ କ୍ୟାରିୟର୍କୁ ବରବାଦ୍ କରିଦେଲା ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add