Tuesday, July 23, 2024

Logo
Loading...
google-add
Sonu Nigam

ଗୀତ ଗାଇବାକୁ ଯାଇ ପ୍ରଡ୍ୟୁସରଙ୍କ ଠୁ ଧକ୍କା ଖାଇଥିଲେ ବଲିଉଡର ଏହି ଷ୍ଟାର ସିଙ୍ଗର 

Editor | 12:33 PM, Mon Jul 31, 2023

ନ୍ୟୁଜ 365 (ବ୍ୟୁରୋ): 'ସୋନୁ ନିଗମ' ବଲିଉଡର ଜଣେ ପ୍ରସିଦ୍ଧ ଗାୟକ । ତାଙ୍କ ସୁମଧୁର ସ୍ୱର ପାଇଁ ସେ ଆଜି ସବୁଠି ପରିଚିତ । ସୋନୁଙ୍କ ଗୀତ ହୃଦୟସ୍ପର୍ଶୀ । ଥରେ ଶୁଣିଲେ ଦୁଃଖୀ ମନ ବି ସୁଖୀ ହୋଇଯାଏ । ସୋନୁ ନିଗମ ଯିଏ କି ବଲିଉଡର ସବୁ ସିଙ୍ଗରଙ୍କ ଠାରୁ ଭିନ୍ନ । ସୋନୁଙ୍କ ଜୀବନ ଏକ ସଂଘର୍ଷମୟ ବାଟ ଦେଇ ଅତିବାହିତ କରିଛି ।  ଏହି ଯାତ୍ରା ପାର କରିବା ତାଙ୍କ ପକ୍ଷେ ସହଜ ନଥିଲା । କ’ଣ ଆପଣ ଜାଣନ୍ତି, ଦିନେ ଏକ ସମୟ ଥିଲା ସୋନୁଙ୍କୁ କାମ ମିଳୁନଥିଲା । ଲୋକମାନେ ତାଙ୍କୁ ତାଙ୍କ ଅଫିସରୁ ତଡ଼ି ଦେଉଥିଲେ । ପିଲାଟି ଦିନରୁ ଗୀତ ଗାଇବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ସୋନୁଙ୍କ ପିତା ମଧ୍ୟ ଲୋକଙ୍କ ବିବାହ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ । ଯେତେବେଳେ ସୋନୁଙ୍କୁ ଚାରି ବର୍ଷ ହୋଇଥିଲା ସେ ବାପାଙ୍କ ସହ  ମିଶି ପ୍ରତ୍ୟେକ ଶୋ’ରେ ଗୀତ ଗାଇବା ଆରମ୍ଭ କରିଥିଲେ। 

ସୂଚନାଅନୁଯାୟୀ, ୧୮ ବର୍ଷ ହେବା ପରେ ସୋନୁ ନିଗମ ମୁମ୍ବାଇ ଯାଇଥିଲେ। ପାଖାପାଖି ୫ ବର୍ଷ ପର୍ୟ୍ୟନ୍ତ ମୁମ୍ବାଇରେ ସଂଘର୍ଷ କରିଥିଲେ ସୋନୁ । ସେ ମ୍ୟୁଜିକ ଡାଇରେକ୍ଟରଙ୍କ ଅଫିସ ନିକଟରେ ରାତି ଦିନ ଘୂରି ବୁଲୁଥିଲେ । ଖାଲି ସେତିକି ନୁହେଁ ଡାଇରେକ୍ଟର ତାଙ୍କୁ ଅଫିସରୁ  ବାହାର କରିଦେଉଥିଲେ । ଏତେ ସଂଘର୍ଷ ପରେ ସୋନୁଙ୍କୁ ପ୍ରଥମ ବ୍ରେକ ଫିଲ୍ମ ବର୍ଡରରୁ ମିଳିଥିଲା । ଯେଉଁଥିରେ ସେ, ‘ସନ୍ଦେଶେ ଆତେ ହେଁ’ ଗୀତ ଗାଇଥିଲେ । ଏହି ଗୀତରୁ ସୋନୁଙ୍କ କ୍ୟାରିୟର ଉଜ୍ଜଳ ହୋଇଥିଲା । ଏହାପରେ ସୋନୁ ଯେତେବେଳେ ବି ଗୀତ ଗାଇଥିଲେ, ତାହା ସୁପରହିଟ ହିଁ ହୋଇଥିଲା ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add