Tuesday, July 23, 2024

Logo
Loading...
google-add

ରାଷ୍ଟ୍ରପତି ଭବନରେ ହେବ ‘ଗଦ୍ଦର-୨’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ

| 11:35 AM, Sat Aug 12, 2023

ନ୍ୟୁଜ୍ 365 (ବ୍ୟୁରୋ) : ବଲିଉଡ୍ ଫିଲ୍ମ ‘ଗଦ୍ଦର-୨’ ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ହେବ ‘ଗଦ୍ଦର-୨’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ । ‘ଗଦ୍ଦର-୨’ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ଫିଲ୍ମର କ୍ରେଜକୁ ଅଧିକ ବଢାଇ ଦେଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଅନୀଲ ଶର୍ମାଙ୍କୁ ପ୍ରଥମେ ସେନସର୍ ବୋର୍ଡ ତରଫରୁ ଫୋନ୍ ଆସିଥିଲା । ଯାହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା କରିଥିବା ତାଙ୍କୁ କୁହାଯାଇଥିଲା । ଏହି ଖବର ପାଇବା ପରେ ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ ସମସ୍ତ ମେମ୍ବରଙ୍କ ଭିତରେ ଉତ୍ସାହ ଖେଳିଯାଇଛି ।



  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add