Tuesday, July 23, 2024

Logo
Loading...
google-add
Nagarjuna Akkineni

ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ 

Editor | 12:35 PM, Tue Aug 01, 2023

ନ୍ୟୁଜ ୩୬୫ (ବ୍ୟୁରୋ): ଚର୍ଚ୍ଚାରେ ସାଉଥ ଷ୍ଟାର । ବଲିଉଡକୁ ଭୁଲି ସାଉଥ ଫିଲ୍ମ ଦେଖିବାକୁ ବେଶ୍ ପସନ୍ଦ କରୁଛନ୍ତି  ଦର୍ଶକ । ଏବେ ମାର୍କେଟରେ ସାଉଥ ଷ୍ଟାରଙ୍କ ଜଲୱା । ଫିଲ୍ମର ଚାହିଦା ବଢ଼ିବା ସହ ଏବେ ସାଉଥ୍ କଳାକାରଙ୍କ ପାରିଶ୍ରମିକ ମୂଲ୍ୟ ବି ବଢ଼ିଛି। ଗତ  କିଛି ବର୍ଷ ହେବ ବକ୍ସ ଅଫିସରେ ରାଜ୍ କରୁଛି ସାଉଥ୍ ସିନେମା । ହେଲେ ଆପଣ ଜାଣନ୍ତି କି , ସାଉଥ ଷ୍ଟାର ମାନଙ୍କ ମଧ୍ୟରୁ କିଏ ସବୁଠାରୁ ବେଶି ଧନି ? ଆପଣ ଭାବୁଥିବେ ସବୁବେଳେ ନିଜର ଦମ୍ଦାର ଅଭିନୟ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥିବା ରଜନୀ କାନ୍ତ ହିଁ ସବୁଠାରୁ ବେଶି ଧନି । ହେଲେ ରଜନୀ କାନ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ସାଉଥ ସୁପରଷ୍ଟାର । ସେ ଆଉ କେହି ନୁହଁନ୍ତି ସେ ହେଉଚନ୍ତି ସାଉଥର ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ। ହଁ ଦର୍ଶକବନ୍ଧୁ ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଧନୀ କଳାକାର ହେଉଛନ୍ତି ନାଗାର୍ଜୁନ ଅକ୍କିନେନୀ।

ଗତ ତିନି ଦଶନ୍ଧି ଧରି ଦକ୍ଷିଣ ଚଳଚ୍ଚିତ୍ରରେ ନାଗାର୍ଜୁନ କାମ କରି ଆସୁଛନ୍ତି। ସୂଚନା ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୦୦୦କୋଟିରୁ ଅଧିକ। ଏହା ସହ ତାଙ୍କର ମାସିକ ଆୟ ପ୍ରାୟ ୪୦କୋଟି ଟଙ୍କା। ଫିଲ୍ମ ବ୍ୟତୀତ ସେ ‘ଲାନକୋମ୍ ଫେସ୍ ୱାଶ୍’, ‘ମେନେ ଆଣ୍ଡ ମୋଏ’, ‘ଗୁଚି ରଷ’, ‘କମ୍ଫି ମେଟ୍’ ଭଳି ଉଲ୍ଲେଖନୀୟ ବ୍ରାଣ୍ଡର ଆମ୍ବାସାଡାର ଭାବେ ଟଙ୍କା ଅସୁଲ କରନ୍ତି । ତାଙ୍କର ‘ବିଏମଡବ୍ଲୁ, ଅଡି ଏ୭’ ଏବଂ ‘ପୋର୍ସ’ ସମେତ ବିଭିନ୍ନ ବିଳାସପୂର୍ଣ୍ଣ କାରଗୁଡିକ ରହିଛି, ଯାହାର ମୂଲ୍ୟ ମୋଟ ୯୫କୋଟି ଟଙ୍କା ହେବ। ହାଇଦ୍ରାବାଦରେ ଥିବା ତାଙ୍କ ବାସଭବନର ମୂଲ୍ୟ ୪୫କୋଟି ଟଙ୍କା ହୋଇଥିବା ବେଳେ ସେ ତିନିରୁ ଚାରିଟି ଅତିରିକ୍ତ ସମ୍ପତ୍ତିର ମାଲିକ ମଧ୍ୟ ଅଟନ୍ତି।


  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add