Wednesday, March 26, 2025

Logo
Loading...
google-add
Dharmendra And Shabana

୧୬ ବର୍ଷ ପରେ ଶବାନାଙ୍କୁ କିସ୍ କଲେ ଧର୍ମେନ୍ଦ୍ର

Editor | 18:00 PM, Sat Jul 29, 2023

ନ୍ୟୁଜ ୩୬୫ (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଷ୍ଟାର । ସବୁବେଳେ ଦମ୍ଦାର ଅଭିନୟ ଓ ନିଜ ଲାଇଫ୍ ଷ୍ଟାଇଲକୁ ରହିଥାନ୍ତି ଚର୍ଚ୍ଚାରେ । ସେହିପରି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ରକି ଔର ରାନୀ କି ପ୍ରେମ୍ କାହାନୀରେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ୧୬ବର୍ଷ ପ‌ରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ପାଇଛନ୍ତି  ଦର୍ଶକ । ସେପଟେ ଏକ ସାକ୍ଷାତକାର‌ରେ ଧର୍ମେନ୍ଦ୍ର କହିଛନ୍ତି ଯେ, “ମୁଁ ଶୁଣୁଛି ଶବାନା ଏବଂ ମୋର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କୁ ଆଶ୍ଚର୍ୟ୍ୟ କରିଛି ଏବଂ ଲୋକେ ଏହାକୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ମୁଁ ଭାବୁଛି ଲୋକମାନେ ଏଭଳି କିଛି ଦୃଶ୍ୟ ମୋ ଠାରୁ କେବେ ବି ଆଶା କରୁନଥିବେ ।

ଶେଷ ଥର ପାଇଁ ମୁଁ ନଫିସା ଅଲିଙ୍କ ସହ ଲାଇଫ୍ ଇନ୍ ମେଟ୍ରୋରେ ଏକ ଚୁମ୍ବନ ଦୃଶ୍ୟ କରିଥିଲି ଏବଂ ସେହି ସମୟରେ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରିଥିଲେ। ଯେତେବେଳେ କରଣ ମୋତେ ଏହି ଦୃଶ୍ୟ ବିଷୟରେ କହିଥିଲେ ସେତେବେଳେ ମୁଁ ଜମା ବି ଆଶ୍ଚର୍ୟ୍ୟ ହୋଇନଥିଲି। କାରଣ ଫିଲ୍ମର କାହାଣୀ ପାଇଁ ଏହା ଜରୁରୀ ଥିଲା। ସେଥିପାଇଁ କାହାଣୀର ଗୁରୁତ୍ବକୁ ଦେଖି ମୁଁ ଏଭଳି କରିବାକୁ ରାଜି ହୋଇଥିଲି। ମୁଁ ବିଶ୍ୱାସ କରେ ଯେ,  ରୋମାନ୍ସ ପାଇଁ କୌଣସି ବୟସ ନଥାଏ। ବୟସ କେବଳ ଏକ ସଂଖ୍ୟା ଏବଂ ବୟସ ନିର୍ବିଶେଷରେ ଦୁଇଜଣ ବ୍ୟକ୍ତି ଚୁମ୍ବନ ଦେଇ ପରସ୍ପର ପ୍ରତି ଥିବା ସେମାନଙ୍କର ଭଲପାଇବା ଦେଖାଇପାରିବେ  ବୋଲି ଦର୍ଶକଙ୍କୁ ବୁଝାଇଥିଲେ ଧର୍ମେନ୍ଦ୍ର ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add