Tuesday, July 23, 2024

Logo
Loading...
google-add
Bollywood Actors

 ବଲିଉଡର ବଡ଼ ଗୁମର: ରିଲେସନସିପରେ ଥାଇ ବି ପ୍ରେମିକାଙ୍କୁ ଧୋକା ଦେଇଥିଲେ ଏହି ବଡ଼ ଷ୍ଟାର  

Editor | 16:18 PM, Fri Jul 28, 2023

ନ୍ୟୁଜ 365 (ବ୍ୟୁରୋ):ଚର୍ଚ୍ଚାରେ ବଲିଉଡ୍ ଷ୍ଟାର । କେତେବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚା ତ ଆଉ କେତେବେଳେ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଷ୍ଟାର । ଏହି ଷ୍ଟାର ମାନଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ । ନାମୀ , ଦାମୀ ସେଲିବ୍ରେଟି ବି ପ୍ରେମରେ ପଡିଛନ୍ତି । କିଏ ରିଲେସନରେ ରହୁଥିଲେ ତ ଆଉ କାହାର ଏନଗେଜମେଣ୍ଟ ବି ସରିଥିଲା । ସବୁ ପରେ ବି ନିଜ ଜୀବନ ସାଥିକୁ ପାଇପାରିନଥିଲେ ଏହି ଷ୍ଟାରମାନେ । ଏମିତି କିଛି ବଲିଉଡ୍ ତାରକା ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଆଫେୟାର୍ସରେ ଥିଲେ । ତେବେ ଏହି ଆଫେୟାର୍ସ ତାଲିକାରେ କେଉଁ ଷ୍ଟାର ମାନେ ଥିଲେ ଆସନ୍ତୁ ଜାଣିବା ।  

ଲିଷ୍ଟରେ ପ୍ରଥମେ ଥିଲେ ବଲିଉଡ୍ର ଖିଲାଡି ଅକ୍ଷୟ କୁମାର । ନିଜ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏକାଧିକ ଝିଅଙ୍କ ସହ ଆଫେୟାର୍ସରେ ଥିଲେ ଅକ୍ଷୟ ।  ରବୀନା , ଶିଳ୍ପାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।  ହେଲେ ଟ୍ୱିଙ୍କିଲ୍ଙ୍କୁ ବିବାହ କରିବା ପରେ ଏହିସବୁରୁ ନିଜକୁ ଦୂରେଇ ରଖିଛନ୍ତି ଅକ୍ଷୟ କୁମାର । ସେହିପରି  ପଟୌଦି ପରିବାରର ନବାବ୍ ସୈଫ୍ ଅଲି ଖାନ୍  । ବିବାହ ପୂର୍ବରୁ ଅନେକ ଝିଅଙ୍କ ସହ ଆଫେୟାର୍ସରେ ଥିଲେ ଅଲି ଖାନ । ବହୁତ୍ ହିରୋଇନ୍ଙ୍କୁ ଡେଟ୍ କରିଛନ୍ତି ଅଲି ଖାନ । କିନ୍ତୁ କରୀନା କାପୁରଙ୍କୁ ବିବାହ କରିବା ପରେ ବଦଳି ଯାଇଛନ୍ତି ସୈଫ୍ ଅଲି ଖାନ ।

ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ୍ ମଧ୍ୟ ବିବାହ ପୂର୍ବରୁ ଏବଂ ପରେ  ବି ବହୁତ ଝିଅଙ୍କ ସହ ଆଫେୟାର୍ସରେ ଅଛନ୍ତି । ଏବେ ବି ସେ ଲଭ୍ ଲାଇଫ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି । ସେପଟେ ବଲିଉଡର ଭାଇଜାନ ସଲମାନ ଖାନ୍ ବି ଏଥିରୁ ବାଦ ପଡିନାହାନ୍ତି । ଏବେ ବି ସେ ଅନେକ ଝିଅଙ୍କୁ ଡେଟ୍ କରୁଛନ୍ତି । ତାଙ୍କ ଲାଇଫ୍ରେ ଅନେକ ଝିଅ ଥାଇ ମଧ୍ୟ  ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ଭାଇଜାନ । ସେହିପରି ବିଗ୍ ବି ଅମିତାଭ୍ ବଚ୍ଚନ କିଛି କମ୍ ନୁହଁନ୍ତି । ଜୟାଙ୍କୁ ବିବାହ କରିବା ପରେ ମଧ୍ୟ ଅମିତାଭ୍ଙ୍କ ନାଁ ରେଖାଙ୍କକ ସହ ଯୋଡା ଯାଇଥିଲା । ଖାଲି ଏତିକି ନୁହେଁ ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ୍ ରଣବୀର କପୁର ମଧ୍ୟ ଅନେକ ଝିଅଙ୍କୁ ଡେଟ୍ କରିଛନ୍ତି । ଅନେକଙ୍କ ମଧ୍ୟରୁ ଶେଷରେ ଆଲିଆଙ୍କୁ ବାଛିଥିଲେ ରଣବୀର । ଏବେ ପତ୍ନୀ ଓ ଝିଅଙ୍କ ସହ ବେଶ୍ ଖୁସିରେ ଜୀବନ ବିତାଉଛନ୍ତି ରଣବୀର ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add