Sunday, January 19, 2025

Logo
Loading...
google-add

ଏହି ୪ଟି ରାଶିରେ ରହିଛି ଶନିଙ୍କ କୃପାଦୃଷ୍ଟି, ଜାଣନ୍ତୁ କଣ

| 13:01 PM, Sat Oct 14, 2023

ଓଡ଼ିଶା 365 (ବ୍ୟୁରୋ) : ୨୦୨୩ ମସିହାର ଶେଷ ସୂର୍ଯ୍ୟ ପରାଗ ଆଜି । ଖାଲି ସେତିକି ନୁହେଁ ଆଜିର ଦିନରେ ଶନି ଅମାବାସ୍ୟା ମଧ୍ୟ ପଡୁଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷର ଶନି ଅମାବାସ୍ୟା ସୂର୍ଯ୍ୟ ପରାଗରେ ପଡ଼ିଥିବାରୁ ଏହା ଏକ ସଂଯୋଗ ବୋଲି କୁହାଯାଉଛି । ତେବେ ଶନିଙ୍କ କୃପା ୧୨ ଟି ରାଶି ମଧ୍ୟରୁ ୪ଟି ରାଶିକୁ ଶୁଭଫଳ ପ୍ରଦାନ କରିବ ବୋଲି ଆଶାବାଢ଼ିଛନ୍ତି ଜ୍ୟୋତିରବିଦ୍ ମାନେ । ତେବେ ଜାଣନ୍ତୁ କେଉଁ ସେ ୪ଟି ରାଶି ଯାହାଉପରେ ପଡ଼ିଛି ଶନିଙ୍କ କୃପାଦୃଷ୍ଟି । ବୃଷ, ମିଥୁନ,ତୁଳା, କୁମ୍ଭ ଏହି ୪ଟି ରାଶିର ଭାଗ୍ୟ ଖୋଲିପାରେ । ତେବେ

ବୃଷ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଠାରୁ ଏହି ରାଶିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ । ଖାସ୍ କରି ଏହି ଅବଧି ମଧ୍ୟରେ ଆପଣ କର୍ମକ୍ଷେତ୍ରରେ ବଡ଼ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ସେହିପରି ବିଦେଶରୁ ଚାକିରି ଅଫର ବି ଆସିପାରେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶନିଙ୍କ କୃପାରୁ ତାଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ଏହି ସମୟରେ ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଭଲ ଖବର ବି ପାଇବେ। ଏବଂ ବ୍ୟବସାୟରେ ବହୁତ ଲାଭ ହେବ ।

ମିଥୁନ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଠାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଏହି ଅବଧି ମଧ୍ୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଏହି ସମୟ ମଧ୍ୟରେ ଆପଣ ଚାକିରିରେ ପଦୋନ୍ନତିର ନେଇ ଭଲ ଖବର ପାଇପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ବଢିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପୁରୁଣା ବିନିଯୋଗରୁ ଲାଭ ମିଳିବାର ସମ୍ଭାବନା ରହିଛି। ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି ।

ତୁଳା- ଏହି ରାଶି ଉପରେ ଶନିଦେବ ସୁନାର କଳସ ଢାଳିବେ। ଆପଣଙ୍କ ସମସ୍ତ ଇଚ୍ଛା ପୂରା ହେବ। ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନେଙ୍କୁ ଏହି ସମୟରେ ଭଲ ଚାକିରି ଅଫର ମିଳିବ। ଆୟ-ବ୍ୟୟ ସମାନ ରହିବ। ଅବିବାହିତ ମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

କୁମ୍ଭ- ସେହିପରି କୁମ୍ଭ ରାଶିର ଲୋକଙ୍କୁ ଶନିଦେବ ଶୁଭଫଳ ପ୍ରଦାନ କରିବେ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନିତ ହେବେ। କ୍ୟାରିୟରରେ ସଫଳତା ପାଇବେ। ବ୍ୟବସାୟରେ ଆୟ ବଢିବା ସହ ଆର୍ଥିକ ସ୍ଥିତି ମଜବୁତ୍ ହେବ। ନିବେଶ କରିଥିବା ଅର୍ଥ ଦ୍ୱିଗୁଣିତ ହୋଇପାରେ । ସମାଜରେ ସାମାଜିକ କାର୍ଯ୍ୟ କରୁଥିବା ଲୋକଙ୍କ ମାନ ଓ ସମ୍ମାନରେ ବୃଦ୍ଧି ହୋଇପାରେ । ଯାହା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add