ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଦୁଇ ଜଣଙ୍କୁ ପ୍ରେମ କରି ଅଡୁଆରେ ବିଜେଡି ବିଧାୟକ; କଟିପାରେ ଟିକେଟ୍
ଓଡ଼ିଶା365(ବ୍ୟୁରୋ): ଏମିତି ଲାଗୁଛି ସତେଯେମିତି ବିବାଦର ନାଁ ବିଜୟ। ବିଧାୟକ ହେବା ପରଠାରୁ ବିବାଦ ଯେମିତି ତାଙ୍କ ପିଛା ଛାଡୁନି। ପୂର୍ବ ଅଭିଯୋଗରୁ କ୍ଲିନଚିଟ୍ ମିଳିନଥିବା ବେଳେ ବାହା ହେବାକୁ ମନ ତାଙ୍କର ପୁରା ଛନଛନ । ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ନିର୍ଯାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ। ଆଉ ଏହି ସମୟରେ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ଆମେ କହୁଛୁ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ କଥା। ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ ଗତ ୨୧ତାରିଖରେ ସେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନ ତାରିଖଠୁ ଏକମାସର ନୋଟିସ୍ ଅବଧି ଶେଷ ପରେ ଶ୍ରୀ ଦାସ ନିଜର ବାନ୍ଧବୀଙ୍କୁ ବିବାହ କରିବେ ।
ପ୍ରତ୍ୟୁଷାଙ୍କ ସହ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି ବିଜୟ। ତେବେ ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ସଫ୍ଟୱେୟାର କମ୍ପାନୀରେ କାମ କରୁଛନ୍ତି। ଅବଶ୍ୟ ଏହାରି ମଧ୍ୟରେ ପ୍ରତ୍ୟୁଷାଙ୍କର ପ୍ରଥମ ବିବାହର ଡିର୍ଭୋସ ହୋଇସାରିଥିବା ଜଣାପଡ଼ିଛି । ୨୦୨୧ ମସିହାରେ ବିଜୟଶଙ୍କର ଓ ସୋମାଲିକାଙ୍କ ସମ୍ପର୍କ ମଧ୍ୟରେ ଏଣ୍ଟ୍ରି ମାରିଥିଲେ ପ୍ରତ୍ୟୁଷା । ମ୍ୟାଡାମ ପ୍ରତ୍ୟୁଷାଙ୍କ ସହ ସମ୍ପର୍କ ଗଢ଼ି ଉଠିବା ପରେ ଶ୍ରୀ ଦାସ ସୋମାଲିକାଙ୍କଠୁ ଦୂରେଇ ଯାଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ତୁ ତୁ ମେ ମେ। ସବୁଠାରୁ ବଡ଼ କଥା ହେଉଛି ଗତବର୍ଷ ମେ’ ୧୭ତାରିଖରେ ଦୀର୍ଘଦିନର ପ୍ରେମିକା ସୋମାଲିକାଙ୍କୁ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ଶ୍ରୀ ଦାସ ଆବେଦନ କରିଥିଲେ । କିନ୍ତୁ ଏକମାସର ନୋଟିସ୍ ଅବଧି ପରେ ବିବାହ ପାଇଁ ସେ ଉପସ୍ଥିତ ହୋଇନଥିଲେ । ଯାହାକୁ ନେଇ ସୋମାଲିକା ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲା ଦାଏର କରିଥିଲେ । ମାତ୍ର ରାଜନୀତିକ ଚାପରେ କୌଣସି ପଦକ୍ଷେପ ନେଇନଥିଲା ପୁଲିସ। ଏପରିକି ବିଧାୟକଙ୍କ ଲଭ୍-ସେକ୍ସ ଆଉ ଧୋକାକୁ ନେଇ ରାଜନୀତିକ ହଟଚମଟ ହୋଇଥିଲେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେନାହିଁ। ସୋମାଲିକା ମଧ୍ୟ ନ୍ୟାୟ ପାଇବାକୁ ସକ୍ଷମ ହେଲେନାହିଁ । ପୁଲିସ ଏବଂ ସରକାରଙ୍କଠୁ ନିରାଶ ହେବା ପରେ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି ସୋମାଲିକା ଆଉ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି।
ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିବା ଏବଂ ଶେଷ ମୁହୂର୍ତ୍ତରେ ଓହରି ଯାଇଥିବା ବିଜୟଶଙ୍କର ପୁଣି କିଭଳି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏତେ ସବୁ ସାହସ ସେ କେଉଁଠୁ ପାଉଛନ୍ତି । ତାଙ୍କର ଏଭଳି କାର୍ଯ୍ୟକଳାପକୁ କିଏ ଘଣ୍ଟ ଘୋଡ଼ାଉଛି । ଯୌନ ନିର୍ଯାତନାର ମାମଲା ସତ୍ତ୍ୱେ ତାଙ୍କ ବିରୁଦ୍ଧରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି । ଏଥିରୁ କଣ ବୁଝିବାକୁ ପଡ଼ିବ, ବିଧାୟକଙ୍କୁ ପରୋକ୍ଷରେ ଏକାଧିକ ଯୁବତୀଙ୍କୁ ପ୍ରତାରଣା କରିବାର ସୁଯୋଗ ଦିଆଯାଉଛି । ଯେଉଁ ସରକାରରେ ନାରୀକୁ ସମ୍ମାନ ଦିଆଯାଉଥିବା କଥା ବାରମ୍ବାର କୁହାଯାଉଛି ତାଙ୍କର ଜଣେ ବିଧାୟକ କିପରି ନାରୀଙ୍କୁ ଏତେ ଅସମ୍ମାନ କରିପାରୁଛନ୍ତି। ଯେଇଁ ସରକାର ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି ତାଙ୍କ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନନେଇ କାହିଁକି ଚୁପ୍ ରହିଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି ଯେ ବିଧାୟକଙ୍କ ମୁଣ୍ଡ ଉପରେ ସୁରକ୍ଷାର ଶକ୍ତ ହାତ ରହିଛି ।
ବିଜୟଙ୍କୁ ସହଜରେ ଛାଡ଼ିବିନି, କଟକ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି ବୋଲି କହିଛନ୍ତି ସୋମାଲିକା। ଏମିତି କି ସେ କହିଛନ୍ତି ମୋର କଣ କିଛି ଇଜ୍ଜତ ନାହିଁ, ସେ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ? ତେବେ ଏ ପ୍ରେମର ଅଠା କାହାଠାରେ କେତେ ମାତ୍ରାରେ ଲାଗୁଛି, କିଏ ଏ ପ୍ରେମର ବାଜି ଜିତୁଛି ତାହା କେବଳ ସମୟ କହିବ। ଆଗକୁ ନିର୍ବାଚନ ଥିବାରୁ ବିଜୟଶଙ୍କର ଉପରେ ବିଜେଡି କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ବି ଦେଖିବାର ଅଛି ।
Trending Tag