Wednesday, March 26, 2025

Logo
Loading...
google-add

ବିଶ୍ୱକପ୍ ୨୦୨୩: ନ୍ୟୁଜିଲ୍ୟାଣ୍ଡ-ଭାରତ ସେମି ଟକ୍କର

| 11:06 AM, Wed Nov 15, 2023

ଓଡ଼ିଶା 365b (ବ୍ୟୁରୋ):ବିଶ୍ୱକପରେ ଲିଗ୍ ପର୍ୟ୍ୟାୟ ଶେଷ ହୋଇଥିବାବେଳେ ଭାରତ ୯ରୁ ୯ ମ୍ୟାଚ୍ ଜିତି ଅପରାଜୟ ରହିଛି,ପ୍ରତିପକ୍ଷ ଟିମର ହଜାଇଛି ନିଦ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଭାରତ ସେମି ସୁପର ଫାଇଟ୍ ଲାଗି ମଇଦାନକୁ ଓହ୍ଲାଇବ। ମୁମ୍ବାଇରେ ଛକା ଚୌକାର ବର୍ଷା ସାଙ୍ଗକୁ ରନ୍ ମେସିନ ବିରାଟ କୋହଲି ୫୦ତମ ଦିନିକିଆ ଶତକ ହାସଲ କରି ସଚିନଙ୍କୁ ଟପନ୍ତୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

ସେପଟେ ୨୦୧୯ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲେ ମଧ୍ୟ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ବିଦା ହୋଇଥିଲା। ସେ ଦୃଷ୍ଟିରୁ ଦେଖିଲେ ୧୯ର ପ୍ରତିଶୋଧ୨୦୨୩ରେ ନେବା ଲକ୍ଷ୍ୟରେ ରହିଛି ରୋହିତ୍ ବାହିନୀ। ବ୍ୟାଟିଂ ବୋଲିଂରେ ଭାରତ ୨୦୨୩ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଛି। ଲିଗ୍ ପର୍ୟ୍ୟାୟରେ ମଧ୍ୟ ଭାରତ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସାରିଛି। ୨୦୧୯ମସିହାର ଭୁଲକୁ ସୁଦ୍ଧାରିବା ସହ ବିଜୟ ହାସଲ ଲକ୍ଷ୍ୟରେ ରହିଛି ଭାରତ।

ରନ୍ ମେସିନ ବିରାଟ କୋହଲି,ଅଧିନାୟକ ରୋହିତ ଶର୍ମା, ଶ୍ରେୟସ୍ ଆୟର ବିଶ୍ୱକପରେ ଟପ ୧୦ ବ୍ୟାଟର ତାଲିକାରେ ରହିଛନ୍ତି। ବୋଲିଂରେ ସାମି,ବୁମରା,କୁଲଦୀପ,ଜାଡେଜା ଯାଦୁ ଦେଖିବାକୁ ମିଳିଛି । ଏଥର ଭାରତ ମାଟିରେ ରୋହିତ ସେନା ବିଶ୍ୱକପ୍ ଧରି ତୋଳୁ ବୋଲି ଆଶା ରଖିଛନ୍ତି କ୍ରିଡ଼ାପ୍ରେମୀ।

  • Trending Tag

  • No Trending Add This News
google-add
google-add
google-add

ବଡ଼ କଥା

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add