ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱରରେ ସୀମା ଟପିଲା ଲୁଟେରାଙ୍କ ସାହସ
ଓଡ଼ିଶା 365 (ବ୍ୟୁରୋ) : ମେଡିକାଲ ବେଡରେ ବୃଦ୍ଧା । ଏଣେ ଘରେ କଳାକନା ବୁଲାଇଲେ ଲୁଟେରା । ଏ ଘଟଣା କୌଣସି ଉପାନ୍ତଅଞ୍ଚଳର ନୁହେଁ । ଏଭଳି ଏକ ଅଭାବନୀୟ ଘଟଣା ହେଉଛି ଖୋଦ୍ ରାଜଧାନୀ ଭୁବନେଶ୍ୱର । ହସ୍ପିଟାଲ ବେଡ୍ରେ ସ୍ୱାମୀ ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀ ସ୍ୱାମୀକୁ ଦେଖାକରିବାକୁ ଯାଇଥିଲେ ।ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରର ଆସବାବପତ୍ରକୁ ଏଣେତେଣେ ଫିଙ୍ଗି ସୁନା ଅଳଙ୍କାର ସହ ଟଙ୍କା ନେଇ ଛୁ ମାରିଛନ୍ତି ଏହି ଚୋର । ଏନେଇ ଲିଙ୍ଗରାଜ ଥାନାରେ ବୃଦ୍ଧା ପୋଲିସକୁ ଜଣାଇବା ପରେ ସାମ୍ନାକୁ ଆସିଛି ଘଟଣା ।ସୂଚନା ମୁତାବକ ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗିରେ ପ୍ଲଟ ନମ୍ବର ୫୨୫୬/୪୮୧ରେ ରୁହନ୍ତି ଅବସରପ୍ରାପ୍ତ ମାନବେନ୍ଦ୍ର ମିତ୍ର ଓ ପରିବାର ।
ଅବସରପ୍ରାପ୍ତ ଅଧ୍ୟାପକ ଦମ୍ପତି ଅବସର ପରେ ଘରେ କେବଳ ଏକାକୀ ରୁହନ୍ତି । ଗତ ୧୦ ଦିନ ସ୍ୱାମୀଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ମହିଳା ବୃଦ୍ଧା ଜଣଙ୍କ ତାଙ୍କ ପାଖକୁ ଯାଇଥିଲେ । ଗତ ୧୫ ଦିନ ହେବ ବୃଦ୍ଧା ଜଣକ ହସ୍ପିଟାଲକୁ ଯିବା ଆସିବା କରୁଥିଲେ । ଏହାର ସୁଯୋଗ ନେଇ ଘରେ କେହି ନଥିବା ବେଳେ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଘରର ଏକ ସିମେଣ୍ଟ ସ୍କାଏଲାଇଟ୍କୁ ଭାଙ୍ଗି ସୁଡ଼ଙ୍ଗ କରି ଘରେ ପଶିଥିଲେ ଚୋର । ଏହାପରେ ଘରର କବାଟ କୋଲପ ଭାଙ୍ଗି ଘର ଭିତରେ ଥିବା ଲୁହା ଆଲମାରୀ ତାଡ଼ିଥିଲେ । ଏହାପରେ ପ୍ରତ୍ୟେକ ବ୍ୟାଗ ପର୍ସ ସବୁ ଖେଳାଇ ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ଛୁ ମାରିଛନ୍ତି । ତେବେ ଆଜି ସକାଳେ ଟଙ୍କା ନେବାକୁ ଘରକୁ ଆସିଥିବା ବେଳେ ଲୁଟ ନେଇ ଜାଣିଥିଲେ ବୃଦ୍ଧା ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଘରର ଅବସ୍ଥା ଦେଖି ତାଜୁବ ହୋଇଯାଇଥିଲେ। ବୃଦ୍ଧାଙ୍କ କହିବା ଅନୁସାରେ ଘରୁ ନଗଦ ୪୦ରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଅଳଙ୍କାରରେ ବୃଦ୍ଧାଙ୍କର ହାର, ଚୁଡ଼ି, କାନଫୁଲ ଓ ପିଲାଙ୍କ କିଛି ଗହଣା ଥିବା ଜଣାପଡିଛି । ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଟିମ ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହିଭଳି ଘଟଣା ବାରମ୍ୱାର ସାମ୍ମାକୁ ଆସିବା ଦେଖି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଠାଇଛନ୍ତି ବୁଦ୍ଧିଜୀବି ।
Trending Tag
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଷୁଡ଼ିବା ଘଟଣା: ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି
ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଶୁଭମନଙ୍କ ଆଉଟରେ କାନ୍ଦିଲେ ସାରା
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା: ବଢିଲା ଗ୍ୟାସ୍ ଦର
ଅଗ୍ନିକାଣ୍ଡରେ ଜଳିଗଲା ଅନେକ ବସ୍
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୁଇ ଜଣଙ୍କୁ ପ୍ରେମ କରି ଅଡୁଆରେ ବିଜେଡି ବିଧାୟକ; କଟିପାରେ ଟିକେଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାଚସ୍ପତି ହୋଇଛନ୍ତି ପ୍ରମିଳା ମଲ୍ଲିକ
ଚୁଟକିରେ ଦୂରହେବ ଗ୍ୟାସ ସମସ୍ୟା
ଓଡ଼ିଶାରେ ବିଜେପି ଆସିଲେ ଶିକ୍ଷକଙ୍କ ଦୁଃଖ ଦୁର ହେବ: ବିଧାୟକ ସୂର୍ଯ୍ୟବଂଶୀ ସୂରଜ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ