ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ଓଡ଼ିଶା 365 (ବ୍ୟୁରୋ): ୭୮ ବର୍ଷରେ ପାଦ ଥାପିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳିବେନି ନବୀନ। ଗତ ମାସରେ ବଡ଼ ଭଉଣୀ ଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଦୁଇ ଦଶନ୍ଧୀ ଧରି କ୍ଷମତାରେ ରହି ଆସିଥିବା ନବୀନ, ଆଜି ସାରା ଦେଶରେ ପଲିଟିକାଲ ରୋଲ ମଡେଲ ଭାବେ ପରିଗଣିତ ହୋଇସାରିଛନ୍ତି। ୧୯୪୬ ମସିହା ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଆଉ ଦଳର ନେତୃତ୍ବ ସମ୍ଭାଳିଥିଲେ ନୂଆ ନୂଆ ରାଜନୀତିରେ ପାଦ ଥାପିଥିବା ନବୀନ। ଏହାରି ଭିତରେ ୨୬ ବର୍ଷର ରାଜନୈତିକ କ୍ୟାରିୟରେ ପ୍ରଥମେ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପରେ ଲଗାତାର ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇପାରିଛନ୍ତି ଶ୍ରୀ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ଗଠିତ ବିଜେଡି ଅନେକ ଘଡ଼ିସନ୍ଧି ମୁହୂର୍ତ୍ତର ସାମ୍ନା କରିଥିଲେ ବି ନିଜର ବିଚକ୍ଷଣ ବୁଦ୍ଧି ବଳରେ ବିରୋଧି ଓ କୁଚକ୍ରୀ ଗୋଷ୍ଠୀଙ୍କୁ ମାତ୍ ଦେଇଆସିଛନ୍ତି।
ଦିଲ୍ଲୀ ୟୁନିଭର୍ସିଟିରୁ କଳାରେ ସ୍ନାତକ ହାସଲ କରିଥିବା ନବୀନ ପାଠପଢ଼ା ପରେ ବିଦେଶରେ ରହୁଥିଲେ । ଲେଖାଲେଖିରେ ରୁଚି ରଖିବା ସହିତ ନବୀନ ହଲିଉଡରେ ଏକ ମୁଭି ମଧ୍ୟ କରିଛନ୍ତି । ଓଡ଼ିଶାରୁ ଦୂରେଇ ରହିବା କାରଣରୁ ନବୀନଙ୍କୁ ଓଡ଼ିଆ ଭାଷା ମଧ୍ୟ ଜଣା ନଥିଲା ।୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ନବୀନ ନିଜର ନୂଆ ଆନ୍ଦାଜର ପଲିଟିକାଲ କମିକ୍ସରେ କେବେ ନିଜ ରାଜନୈତିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ତ ଆଉ କେବେ ଭୋଟ୍ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ