Sunday, January 19, 2025

Logo
Loading...
google-add

ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସାମୁହିକ ଅଧିକାରରୁ ବଞ୍ଚିତ କରିବାକୁ ଚାହୁଁଛି କଂଗ୍ରେସ: ମୋଦି

| 12:18 PM, Fri Oct 06, 2023

ଓଡ଼ିଶା 365 (ବ୍ୟୁରୋ) : ଜାତିଗତ ଜନଗଣନାକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶେଷ କରି କଂଗ୍ରେସ ଜାତି ଆଧାରରେ ହକ ମାଗିବା କଥା କହୁଥିବାରୁ ମୋଦି ଏହାର ଉତ୍ତର ଦେଇଛନ୍ତି । ମୋଦି କହିଛନ୍ତି ଏଭଳି ଜାତି ଭିତରେ ବିଭେଦ ସୃଷ୍ଟି କରି ଜନସାଧାରଣଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛି କଂଗ୍ରେସ । କଂଗ୍ରେସ କହିବା ଅନୁସାରେ ଏମିତି ହକ ତ ଅଧିକ ହିନ୍ଦୁ ପାଇବା କଥା । ତା ମାନେ ଅଳ୍ପସଂଖ୍ୟକଙ୍କ ହକ କଣ କମାଇବାକୁ ଚାହୁଁଛି କି କଂଗ୍ରେସ । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ସମାଜରେ କେଉଁ ବର୍ଗର ଜାତିଙ୍କୁ ମିଳିବ ସାମୂହିକ ଅଧିକାର ଏନେଇ କଂଗ୍ରେସ-ବିଜେପି ମଧ୍ୟରେ ଆରମ୍ଭ ହୋଇଛି କଥାକଟାକଟି । ହାତ ଅନେକ ସମୟରେ ଜାତିଗତ ଜନଗଣନା ଆଧାରରେ ଭୋଟବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଛି। ଭୋଟ ପାଇଁ ହିନ୍ଦୁ ଧର୍ମକୁ ବିଭାଜନ କରିବା ସହ ମୁସଲିମ ସମ୍ପ୍ରଦାୟକୁ ଖୁଲମଖୁଲା ସମର୍ଥନ କରୁଛି ମାତ୍ର ନିର୍ବାଚନ ଆସିଗଲେ ହିନ୍ଦୁଙ୍କ କଥା ମନେ ପଡୁଛି । ପଛୁଆ ବର୍ଗ ଥିବା ଜାତିଙ୍କୁ ଅଧିକ ହକ ଦେବା କଥା ବିରୋଧି କହିବା ସହ ଜାତିଗତ ରାଜନୀତି କରୁଛି। ଏହା ସହ ନିଜେ ମଧ୍ୟ ବିରୋଧି ଜାତିଗତ ଜନଗଣନାରେ ଫସିଛନ୍ତି ।

ବିରୋଧି ମୁସଲିମ ସଂପ୍ରଦାୟ,ଏସି,ଏସଟିଙ୍କୁ ଅଧିକ ଗୁରୁତ୍ୱ ଦେବା କଥା କହୁଥିବାବେଳେ ଏନେଇ ବିରୋଧିଙ୍କୁ କାଉଣ୍ଟର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ,ଛତିଶଗଡର ଜଗଦଲପୁରରେ ପରିବର୍ତ୍ତନ ସଙ୍କଳ୍ପ ଯାତ୍ରାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ବିରୋଧି ସମାଜକୁ ଭାଗଭାଗ କରିବାକୁ ଚାହୁଁଛନ୍ତି ,ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସେମାନଙ୍କ ସାମୂହିକ ଅଧିକାରରୁ କଂଗ୍ରେସସେମାନଙ୍କୁ ବଞ୍ଚିତ କରିବାକୁ ଚାହୁଁଛି । ହିନ୍ଦୁମାନେ ମଧ୍ୟ ତାଙ୍କ ଉପଯୁକ୍ତ ହକ ପାଇବା ଉଚିତ୍। ଛତିଶଗଡରେ ଅପରାଧ ଚରମ ସୀମାରେ ପହଞ୍ଚିଛି। ହତ୍ୟା ମାମଲାରେ ଛତିଶଗଡ ରାଜ୍ୟମାନଙ୍କ ମଧ୍ୟରେ ଆଗରେ ରହିଛି । ଛତିଶଗଡର ବିକାଶ ପୋଷ୍ଟର ଏବଂ ବ୍ୟାନରରେ କେବଳ କଂଗ୍ରେସ ନେତାମାନେ ଦେଖାଯାଉଛନ୍ତି। ବାସ୍ତବରେ ବିକାଶ ଏଠି ଶୂନ୍ ହୋଇଥିବାବେଳେ କଂଗ୍ରେସ ଛତିଶଗଡକୁ ମିଥ୍ୟା ପ୍ରଚାର, ଦୁର୍ନୀତି ଏବଂ ଏକ ଘୋଟାଲା ସରକାର ଦେଇଛି। ଏଠି ଡବଲ ଇଞ୍ଜିନ ସରକାର ଆସିବା ଆସିଲେ ଦୁର୍ନୀତି ଦୂର ହେବ,ବିକାଶ ଦ୍ରୁତ ଗତିରେ ହେବ ସବୁ ବର୍ଗଙ୍କୁ ଉଚିତ ହକ ମିଳିବ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ମୋଦି ହେଉଛନ୍ତି ଜଣେ ମିଥ୍ୟାବାଦି ନେତା । ଛତିଶଗଡକୁ ମୋଦି ଆସିଲେ କଂଗ୍ରେସ ସରକାରଙ୍କୁ ବଦନାମ କରନ୍ତି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add