Saturday, October 12, 2024

Logo
Loading...
google-add

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଷୁଡ଼ିବା ଘଟଣା: ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

| 10:39 AM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଷୁଡ଼ିବା ଘଟଣାକୁ ୩ ଦିନ ବିତିଗଲାଣି । ତଥାପି ଉଦ୍ଧାର ହୋଇପାରିଲେନି ଫସିଥିବା ଶ୍ରମିକ । ଏହାରି ଭିତରେ ସୁଡ଼ଙ୍ଗ ଭୁଶୁଡିବାର ତୃତୀୟ ଦିନରେ ଉଦ୍ଧାର କାର୍ୟ୍ୟକୁ ଜୋରଦାର କରିଛି ଉତରାଖଣ୍ଡ ପ୍ରଶାସନ । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୮ଟି ରାଜ୍ୟର ୪୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ‘ଆର୍ଥ ଅଗର’ ମେସିନ୍ ଅଣାଯାଇଛି । ଆର୍ଥ ଅଗର ମେସିନ ସାହାଯ୍ୟରେ ଡ୍ରିଲ କରି ୯୦୦ ମିଲିମିଟର ଗୋଲେଇର ପାଇପ୍ ଗୁଡ଼ିକୁ ଖଞ୍ଜାଯିବ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ ଏହି ମେସିନ୍ । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି ଯେ ସୁଡଙ୍ଗ ଭିତରେ ଫସିରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଛି ।

ଅନ୍ୟପଟେ ସୁଡଙ୍ଗ ଭୁଶୁଡିବାର କାରଣ ଖୋଜିବାକୁ ୬ ଜଣିଆ କମିଟି ଗଠନ କରିଛନ୍ତି ଉତରାଖଣ୍ଡ ସରକାର । ଅନ୍ୟପକ୍ଷରେ ଉଦ୍ଧାର କାର୍ୟ୍ୟର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଅନୁମାନ କରାଯାଉଛି ଯେ, ଆଜି ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରେ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add