Thursday, February 13, 2025

Logo
Loading...
google-add

ଡିସେମ୍ବରରେ ଆସୁଛି ମିଥୁନଙ୍କ ‘କାବୁଲିୱାଲା’

| 11:29 AM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ଡିସେମ୍ବରରେ ଖ୍ରୀଷ୍ଟମାସ ପରିପ୍ରେକ୍ଷୀରେ ପରଦାକୁ ଆସିବାକୁ ଯାଉଛି ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ ‘କାବୁଲିୱାଲା’ । ଯାହା ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମର ଅଫିସିଆଲ ପୋଷ୍ଟର ଆଜି ରିଲିଜ୍ ହୋଇଛି।ଏହି ପୋଷ୍ଟରରେ ମିଥୁନ ଚକ୍ରବର୍ତ୍ତୀ ରହମତ ବା କାବୁଲିୱାଲା ଚରିତ୍ରରେ ଦେଖିବାକୁ ମିଳିଥିବାବେଳେ ଛୋଟ ଝିଅ ମିନି ସହିତ ରହମତଙ୍କୁ ଏହି ପୋଷ୍ଟରରେ ଦେଖିବାକୁ ମିଳିଛି। ଏଥିରେ ରହମତ ଲମ୍ବା କୁର୍ତ୍ତା, ଢିଲା କୋଟ୍‌, ପାଣ୍ଟ, ମୁଣ୍ଡରେ ଧଳା ପଗଡ଼ି ଏବଂ ଡାହାଣ କାନ୍ଧରେ ଗଣ୍ଠିଲି ପକାଇଥିବା ଦେଖିବାକୁ ମିଳିଛି । ସେହିଭଳି ମିନି ମଧ୍ୟ ବାଇଗେଣି ରଙ୍ଗର ପୋଷାକ ସହିତ ମୁଣ୍ଟରେ ନାଲି ରିବନ ବାନ୍ଧି ବହୁତ ସୁନ୍ଦର ଦେଖାଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁମନ ଘୋଷ ।

ଖବର ମୁତାବକ, ‘କାବୁଲିୱାଲା’ ହେଉଛି ଜଣେ ମଧ୍ୟବୟସ୍କ ଆଫଗାନ୍ ରହମତର କାହାଣୀ। ସେ ପ୍ରତିବର୍ଷ କୋଲକାତାକୁ ଫଳ ବିକିବା ପାଇଁ ଆସନ୍ତି। ଆଉ ଠିକ୍ ଏହି ସମୟରେ ୫ ବର୍ଷର ଝିଅ ମିନି ସହିତ ତାଙ୍କର ନିବିଡ଼ ସଂପର୍କ ହୋଇଯାଇଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add